ବାରିପଦା: ଓଡିଶା ରେ ସବୁଠୁ ଉତପ୍ତ ସହର ପାଲଟିଛି ଏବେ ବାରିପଦା । ବାରିପଦା ରେ ଗ୍ରୀଷ୍ମ ତାତି ବଢି ବଢି ଚାଲିଛି । ବାରିପଦା ରେ ପାରଦ ଉପର ମୁହାଁ , ବାରିପଦା ରେ ତାତି ୪୧ ଟପିଲାଣା ,ଗତ ତିନି ଚାରି ଦିନ ହେଲାଣି ବାରିପଦା ଆକାଶରେ ସତେ ଯେମିତି ନିଆଁ ଖସୁଛି। ଦ୍ବିପହରରେ ଘରୁ ବାହାରିବା କଷ୍ଟ ହେଉଅଛି, କିଛି ଆବଶ୍ୟକ ନ ଥିଲେ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି। ଖାଲି ବାରିପଦା ନୁହେଁ ବରଂ ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ସମାନ ଅବସ୍ଥା,ଉଦଳା, ବେତନଟୀ, ରାଇରଙ୍ଗପୁର, କରଞ୍ଜିଆ, ଆଦି ଉପଖଣ୍ଡ ରେ ଦିନ ବେଳେ ଗରମ ପବନ ରେ ଅସ୍ତବ୍ୟସ୍ତ ହେଉଛନ୍ତି ଜନ ଜୀବନ । ମୟୁରଭଞ୍ଜ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ କୁ ନଜରରେ ରଖି ଆଜି ମୟୁରଭଞ୍ଜ ଜିଲ୍ଲାପାଳ ସମସ୍ତେ ସରକାରୀ ବେସରକାରୀ ଶିକ୍ଷ୍ୟା ଅନୁଷ୍ଠାନ, ମହାବିଦ୍ୟାଳୟ, ଅଙ୍ଗନବାଡ଼ି ଆଦି କୁ ସକାଳ ୬.୩୦ରୁ ୧୦.୩୦ ଯାଏଁ ଖୋଲିବାକୁ ନିର୍ଦେଶ ଦେଇଛନ୍ତି।ଏହା ସହ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଆବଶ୍ୟକ ଅନୁଯାୟୀ ଜଳ ଛତ୍ର ଖୋଲିବାକୁ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହପାଳିତ ପଶୁ ମାନେ ଯେଭଳି ପ୍ରଭାବିତ ନ ହୁଅନ୍ତି ସେ ନେଇ ତଦାରଖ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।