ବ୍ୟୁରୋ: ବ୍ରହ୍ମପୁର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି .. ଦକ୍ଷିଣ ଓଡିଶାରେ କରିଥିଲେ ବିଶାଳ ରୋଡ ଶୋ .. ଭାଷଣ ଆରମ୍ଭ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହି କରିଥିଲେ .. ପରେ ବିଜେଡି ସରକାର ଉପରେ ବର୍ଷିଥିଲେ.. କହିଥିଲେ ‘ଜୁନ୍ ୪ ବିଜେଡିର ଏକ୍ସପାରୀ ଡେଟ୍, ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ, ୧୦ରେ ଶପଥ ଗ୍ରହଣ’
ଓଡିଶାରେ ହେବ ଡବଲ ଇଞ୍ଜିନର ସରକାର ,. ନବୀନ ଙ୍କୁ ଟାର୍ଗେଟ କରି କହିଥିଲେ ମୁଁ ତୁମ ମୁଖ୍ୟମନ୍ତ୍ରୀ ଭଳି ନୁହେଁ ମୁଁ ଓଡିଆ ରେ ଚିଠି ଲେଖିବି ,., ‘ଥରେ ସୁଯୋଗ ଦିଅନ୍ତୁ, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍ କରିବୁ’.. ‘ବିଜେପିକୁ ସୁଯୋଗ ମିଳିଲେ ବିକାଶ ଗତିଶୀଳ ହେଉଛି . ଗତ ୧୦ ବର୍ଷ ଭିତରେ ଓଡିଶା କୁ ମିଳିଛି ତିନି ଲକ୍ଷ କୋଟିରୁ ଅଧିକ ଟଙ୍କା କେନ୍ଦ୍ର ସରକାର ରାଜ୍ୟ କୁ ଦେଇଛି ,.,.,. ସେପଟେ ରାଜ୍ୟ ରେ ବିଜେଡି ନିଜର ସ୍ଥିତି ଯେମିତି ବଜାଇ ରଖିବ ସେଥିପାଇଁ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ନବୀନ ପଟ୍ଟନାୟକ .. ଆଜି ଭବାନିପାଟଣା ଗସ୍ତ କରି ବିଶାଳ ଜନସଭା କୁ ସମ୍ବୋଧନ କରିଥିଲେ ,.,. କହିଥିଲେ ବିରୋଧି ଦଳ ମିଛ କହୁଛନ୍ତି .. ଓଡିଶା ପାଇଁ ନବୀନ ଯାହା କରିଛି ତାହା ଜନତା ଜାଣିଛନ୍ତି ,.. ଲୋକଙ୍କୁ ପ୍ରଶ୍ନ କରି ପଚାରିଥିଲେ , ବିଏସକେୟାଇ , ମିଶନ ଶକ୍ତି ଭଲ କି ? .. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭଲ ହୋଇଛି କି ନାହିଁ .., ବା ଲକ୍ଷ୍ମୀ ଯୋଜନା କାଳିଆ ଯୋଜନା ଭଲ କି ନାହିଁ ।
୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ହେଭିୱୋଟ ନେତା ଙ୍କ ପାଦ ଓଡିଶା ରେ ପଡୁଛି .,. ଘନ ଘନ ପ୍ରଚାରରେ କମ୍ପୁଛି ନିର୍ବାଚନି ମଇଦାନ .. ଗୋଟେପଟେ ନବୀନ ନିଜେ ବାହାରି ଦଳୀୟ ପ୍ରଚାର କରୁଥିବା ବେଳେ .. ବିଜେପି କୁ ସୁଦୃଢ କରିବା ପାଇଁ ଦଳୀୟ କର୍ମୀ ବି ବେଶ ତତପର .. ତାସହ ରହିଛି କେନ୍ଦ୍ରମନ୍ତ୍ରୀ ଙ୍କ ଆଗମନ ,., ପ୍ରଥମେ ଅମିତ ଶାହ .ପରେ , ଜେପି ନଡ୍ଡା , ଓ ଏସ ଜୟଶଙ୍କର ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ । ଓଡିଶା ରେ ବିଶାଳ ଜନସଭା ସହ କରିବେ ରୋଡ ଶୋ.. ଲୋକଙ୍କୁ ସରକାର ବଦଳେଇବା ପାଇଁ ଆହ୍ୱାନ ଦେବା ସହ ଦଳୀୟ କର୍ମୀ ଙ୍କୁ ଦେବେ ଗୁରୁମନ୍ତ୍ର । କୁହାଯାଉଛି କି ଆସନ୍ତା ୮ ତାରିଖରେ ଦଳୀୟ ପ୍ରଚାର ପାଇଁ ଆସିବେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ .. ସମସ୍ତ ନେତା ଙ୍କ ଗୋଟିଏ ସ୍ୱର ୨୫ ବର୍ଷ ର ବିଜେଡି ସରକାର କୁ ଉପାଡି ଫିଙ୍ଗିଦେବା ପାଇଁ ଲୋକଙ୍କୁ ନିବେଦନ କରିବେ । ବିଜେପି ଓ ବିଜେଡି ଲଢେଇ ଭିତରେ ବାଦ ପଡିନି କଂଗ୍ରେସ ,. ରାହୁଳ ଗାନ୍ଧୀ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଙ୍କୁ ଭୋଟ ଦେବା ପାଇଁ ସାଲେପୁର ଠାରେ ବିଶାଳ ଜନସଭା କରିଥିଲେ ,. କ୍ଂଗ୍ରେସ ରେ ପ୍ରଚାର ପାଇଁ ଷ୍ଟାର ପ୍ରଚାରକ ରହିଛନ୍ତି ପ୍ରିୟଙ୍କା ଓ ସୋନିଆ ଗାନ୍ଧୀ ମଧ୍ୟ ଓଡିଶା ଗସ୍ତ ରେ ଆସିବେ .., ୨୦୨୪ ନିର୍ବାଚନ ବେଶ ସରଗରମ ହେବ ବୋଲି ବୁଦ୍ଧିଜୀବି ମହଳ ରେ ଚର୍ଚ୍ଚା ଜୋର ଧରିଛି । ୨୦୨୪ ରେ କିଏ କରିବ ଓଡିଶା ରେ ରାଜ., କାହାର ପ୍ରଚାର ରେ ରହିବ ଦମ ., ଓଡିଶାବାସୀ କାହାକୁ କରିବେ ଭରସା .. ତାହା କେବଳ ଜନତା ଓ ସମୟ ହିଁ କହିବ