ଓଡ଼ିଆ ପକ୍ଷ ପାଳନ ଅବସର ରେ ଚତୁର୍ଥ ଦିନ ରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ, ସୁନ୍ଦରଗଡ଼ ଦ୍ଵାରା ରାଉରକେଲାରେ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ର ନାମ ଫଳକ ଓଡ଼ିଆ ଭାଷା ରେ ସ୍ପଷ୍ଟ ଭାବ ରେ ଲେଖିବା ନିମନ୍ତେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦ ଯାତ୍ରା କୁ ମାନ୍ୟବର ବିଧାୟକ, ରାଉରକେଲା ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ପଦଯାତ୍ରା ମଧୁସୂଦନ ମାର୍ଗ ଠାରେ ଥିବା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରୁ ଆରମ୍ଭ ହୋଇ ଆମ୍ବେଦକର ଛକକୁ ପହଂଚି ଥିଲା l ବିଭାଗ ଦ୍ବାରା ଦୋକାନୀ ମାନଙ୍କୁ ଓଡିଆରେ ନାମ ଫଳକ ଗୁଡିକ ଲେଖିବାକୁ ସଚେତନ କରାଯାଇଥିଲା l ଏହି ଅବସରରେ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ ପ୍ରଣବ ରଞ୍ଜନ ଜେନା, ଜିଲ୍ଲା ଶ୍ରମ ଅଧିକାରୀ ରାଉରକେଲା ଗୋପାଳ କୃଷ୍ଣ ମଙ୍ଗରାଜ ଉପସ୍ଥିତ ଥିଲେ l ଏହି ଶୋଭାଯାତ୍ରା ରେ ରାଉରକେଲା ମହାନଗର ନିଗମ,ଶ୍ରମ ବିଭାଗ ତଥା ଅନ୍ୟାନ୍ୟ ବିଭାଗ ର କର୍ମଚାରୀ ସ୍ଥାନୀୟ ସେଚ୍ଛାସେବୀ ଅନୁଷ୍ଠାନ,ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ ।