ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆଜି ଭୀମ ଭୋଇ ସାମର୍ଥ୍ୟ ଶିବିରର ଅନୁଷ୍ଠିତ ହୋଇଯାଇଅଛି, ଯେଉଁ ଭିର୍ନ୍ନକ୍ଷମ ମାନେ ସରକାରୀ ସୁବିଧା ରୁ ବଞ୍ଚିତ ହେଉଛନ୍ତି ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବା ଓ ଭିର୍ଣ୍ଣକ୍ଷମ ହିତାଧିକାରୀ ମାନଙ୍କୁ ସମସ୍ତ ପ୍ରକାର ର ସାହାଯ୍ୟ ଯୋଗାଇ ଦେବାକୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି ଆୟୋଜନ ରେ ଓଡାପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ରୁ 361 ଜଣ ହିତାଧିକାରୀ ଯୋଗ ଦେଇଥିଲେ l ଏହି ଆୟୋଜନ କୁ ବିଡ଼ିଓ ଦାସରଥି ଜେନା ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ l