<h3>ଭଦ୍ରକ,୨୪/୦୪/୨୪: ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ନିର୍ବାଚନ ମଣ୍ଡଳୀରୁ ବିଜୟ କୁମାର ମଲ୍ଲିକ ବିଧାନ ସଭା ପାଇଁ ନିର୍ବାଚନ ଲଢିବେ।ତାଙ୍କ ଘର ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଗରପଡାରେ ହୋଇଥିବା ବେଳେ ସେ ଓଡ଼ିଶା ଜନତା ପାର୍ଟି(ଓ .ଜେ.ପି.)ରୁ ଟିକଟ ପାଇଛନ୍ତି ।ରାଜ୍ୟ ସଭାପତି ତଥାଗତ ସ୍ବାଇଁ ଏହି ଟିକଟ ପ୍ରଦାନ କରିଥିବା ବେଳେ ଇତିମଧ୍ୟରେ ପ୍ରାର୍ଥୀ ବିଜୟ ନିଜର ଯୁବ ସାଥୀ ସର୍ମଥକ ମାନଙ୍କୁ ନେଇ ପ୍ରଚାର ଆରମ୍ଭ କରିଛନ୍ତି ।ରାଜ୍ୟ ସରକାର ଦୀର୍ଘ ବର୍ଷ ଶାସନ ଭାରରେ ରହି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡିରହିଛି। ଏଠାରୁ ଦୀର୍ଘ ବର୍ଷ ଧରି ବିଜେଡି ପ୍ରତିନିଧିତ୍ଵ କରିଆସୁଥିବାବେଳେ ସାଧାରଣ ଲୋକମାନଙ୍କ ମୌଳିକ ସମସ୍ୟା ଦୂର କରିବାରେ ସର୍ମଥ ହୋଇପାରିନି ଦଳ। ଅନ୍ୟ ପକ୍ଷରେ କଂଗ୍ରେସ ଓ ବିଜେପି ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରୁନି।ଏ ସବୁକୁ ସାଧାରଣ ଭୋଟର ଓ ଜନତାଙ୍କ ନିକଟରେ ପହଞ୍ଚାଇବା ସହ ଏହି ବିଧାନସଭାର ସାମୁହିକ ବିକାଶ ପାଇଁ ମୋଭଳି ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କୁ ଲୋକେ ଆଦରି ନେବେ ବୋଲି ବିଜୟ କହିଛନ୍ତି।ସ୍ଥାନୀୟ ରାଉତରାୟ ପୁରସ୍ଥିତ ସୁବର୍ଣ୍ଣଶ୍ୱରଙ୍କ ପୀଠରେ ପୂଜାର୍ଚ୍ଚନା କରିବା ପରେ ପ୍ରଚାରରେ ବିଜୟ ବାହାରିଥିବା ବେଳେ ତାଙ୍କୁ ଦିପୁ ଦାଶ,ରାଜେନ୍ଦ୍ର ନାୟକ, ପପୁ ମହାନ୍ତି, ଟୁକୁନା ବଳ, ସଞ୍ଜୟ ସିଂହ, କ୍ରିଷ୍ଣା ମଲ୍ଲିକ, ବାପୁ ଦାଶ, ସିପୁ ପୃଷ୍ଟି, ପ୍ରଦିପ ଦାଶ ପ୍ରମୁଖ ପ୍ରଚାରରେ ସହଯୋଗ କରିଛନ୍ତି ।</h3>