ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୪.୦୨): ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ତଦନ୍ତରେ ସହଯୋଗ ପାଇଁ ଓଡ଼ିଶା ଆସିପାରେ ଏଫବିଆଇର ବିଏୟୁ ବା ବିହେବିଏରାଲ ୟୁନିଟ୍ । ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ଯୋଗାଯୋଗ ପରେ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ହେଲେ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତିକୁ ଅପେକ୍ଷା ରହିଛି । ସେପଟେ ରାଜ୍ୟ ସରକାରଙ୍କ ତରଫରୁ ସରକାରୀ ସ୍ତରରେ ଆମେରିକା ତଦନ୍ତକାରୀ ସଂସ୍ଥା ଏଫବିଆଇ ସହ ଯୋଗାଯୋଗ କରିବା ଆରମ୍ଭ ହୋଇଛି ।ବର୍ତମାନ ସୁଦ୍ଧା ତଦନ୍ତର ସମସ୍ତ ରିପୋର୍ଟ, ବିଭିନ୍ନ ଟେଷ୍ଟ ରିପୋର୍ଟ, ଏଫଆଇଆର କପି ସହ ପ୍ରଥମେ ଗୃହମନ୍ତ୍ରାଳୟ ନିକଟକୁ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ କ୍ରାଇମବ୍ରାଞ୍ଚ ଏକ ଟିମ୍ ମଧ୍ୟ ଗଠନ କରିବ । ଏହାପରେ କେନ୍ଦ୍ର ଗୃହମନ୍ତ୍ରାଳୟ ଏଫବିଆଇ ସହ ଯୋଗାଯୋଗ କରିବ । ତେବେ ମୁଖ୍ୟତଃ ଗୋପାଳର ଆଚରଣ ବିଶ୍ଲେଷଣ କରିବାରେ ଏଫବିଆଇ ସହାୟତା କରିବ ବୋଲି ଜଣାପଡିଛି । ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପ୍ରମାଣ ଯୋଗାଡ଼ କରିବା ପାଇଁ ଦୀର୍ଘ ଦିନ ଧରି କସରତ ଚଳାଇଛି କ୍ରାଇମବ୍ରାଞ୍ଚ ।