ଆଗକୁ ରାଜ୍ୟରେ ଆହୁରି ଭୟଙ୍କର ହୋଇପାରେ କରୋନାସ୍ଥିତି । ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ପିକରେ ରହିପାରେ । ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଅକ୍ସିଜେନ ସଫିସେଣ୍ଟ ଅଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି । ଓଡ଼ିଶା ଭାଗ୍ୟବାନ ରାଜ୍ୟ କାରଣ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ଶିଳ୍ପ ସଂସ୍ଥା ଅଧିକ ଅକ୍ସିଜେନ ଉତ୍ପାଦନ କରୁଛନ୍ତି । ଗତଥର ରାଜ୍ୟରେ କରୋନା ପିକ ସମୟରେ ଯେମିତି ଅକ୍ସିଜେନ ଦରକାର ଥିଲା ତା ଠାରୁ ବି ବହୁତ ଅଧିକ ଏଥର ରହିଛି । ବେଡ, ଆଇସିୟୁ ମଧ୍ୟ ରାଜ୍ୟରେ ସଫିସେଣ୍ଟ ରହିଛି । 71 ଟି କୋଭିଡ଼ ହସ୍ପିଟାଲ ରାଜ୍ୟରେ ଥିବାବେଳେ 31 ଟି ଚାଲିଛି । 26 ପ୍ରତିଶତ ସାଧାରଣ ବେଡ, 14.18 ପ୍ରତିଶତ ଆଇସିୟୁ,10 ପ୍ରତିଶତ ଭେଣ୍ଟିଲଟର ବ୍ୟବହୃତ ହୋଇଛି ।