ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୨ .୦୩): ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଓ ଆଗଧାଡ଼ିର ଅଭିନେତା ପିଣ୍ଟୁ ନନ୍ଦଙ୍କର ହାଇଦ୍ରାବାଦ ସ୍ଥିତ ଯଶୋଦା ହସ୍ପିଟାଲରେ ମୃତ୍ୟୁ ଘଟିଛି। ଓଡ଼ିଆ ସିନେ ଜଗତ ହରାଇଲା ଆଉ ଏକ ଦକ୍ଷ କଳାକାର । ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ଲିଭର ସୋରିଆସିସ୍ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିଲେ । ଦୀର୍ଘ ମାସ ଧରି ଦିଲ୍ଲୀ ଓ ପରେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବାର ଥିଲା । ସେଥିପାଇଁ ସାରା ଓଲିଉଡ୍, ପିଣ୍ଟୁ ନନ୍ଦଙ୍କ ପ୍ରଶଂସକ ଏବଂ ସାଧାରଣ ଜନତା ଏକାଠି ହୋଇ ଅପରେସନ ପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଆଦାୟ କରିଥିଲେ । ହେଲେ ଅପରେସନ ପୂର୍ବରୁ ଆଜି ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ।
ସେ ୧୯୭୮ ମସିହାରେ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଦୁଇ ପୁଅ ଅଛନ୍ତି । ଟେଲିଫିଲ୍ମରୁ ପିଣ୍ଟୁ ତାଙ୍କର କାରିଅର ଆରମ୍ଭ କରିଥିଲେ । ମାତ୍ର ୧୭ ବର୍ଷ ବୟସରୁ ସେ ଅଭିନୟ ଦୁନିଆରେ ପାଦ ଥାପିଛନ୍ତି । ୧୮ ବର୍ଷ ବୟସରେ ୧୯୯୬ ମସିହାରେ ‘କୋଇଲି’ ଫିଲ୍ମରେ ସେ ପ୍ରଥମେ ନଣ୍ଡା ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ । । ସେବେଠାରୁ ସେ ଅଲିଉଡର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସୁଥିଲେ। ତାଙ୍କର ଜଣାଶୁଣା ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରଙ୍ଗ ନମ୍ବର (୨୦୦୨), ପ୍ରେମ ରୁତୁ ଆସଲାରେ (୨୦୦୬), ଦୋସ୍ତି (୨୦୧୧), ହାତ ଧରି ଚାଲୁଥା (୨୦୧୩) ଓ ରୁମକୁ ଝୁମାନା (୨୦୧୩) ଅନ୍ୟତମ । ପିଣ୍ଟୁ ନନ୍ଦ ମଧ୍ୟ ଶୈଳେନ୍ଦ୍ର ପ୍ୟାରିଡାଙ୍କ କଥା ଡେଲି ମାଥା ଚୁଇନ୍ (୨୦୧୭)ରେ ଅଭିନୟ କରିଥିଲେ । ଏଥିରେ ଅଭିଷେକ ରଥ ଓ ରିୟା ଦେ ପ୍ରମୁଖ ଅଛନ୍ତି। ତାଙ୍କର ଅନ୍ୟାନ୍ୟ ମୁଭି ମଧ୍ୟରେ ସାଥୀ ତୁ ଫେରି ଆ ଓ ମି ଟୁ ୟୁ ଅନ୍ତର୍ଭୁକ୍ତ ।
ପିଣ୍ଟୁ ନନ୍ଦ କେତେବେଳେ ନାୟକର ସାଥୀ ଭାବରେ ତ କେତେବେଳେ ଖଳନାୟକ ଆଉ ପୁଣି କେତେବେଳେ କମେଡିଆନ୍ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନୋରଂଜନ କରିଛନ୍ତି। ତାଙ୍କ ଅଭିନୟ ଯାଦୁରେ ସେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି। ସେ ଆଲବମ୍ ଏ ଗଉରାରୁ ଲୋକ ଲୋଚନକୁ ଆସିଥିଲେ । ତାଙ୍କର ଏହି ଆଲବମ ଏବେ ମଧ୍ୟ ସମସ୍ତଙ୍କର ପସନ୍ଦ। ଏହା ପରେ ସେ ସିନେମାରେ ନିଜ ଅଭିନୟ ଯାଦୁରେ ଦର୍ଷଙ୍କ ମନରେ ଘର କରିପାରିଥିଲେ। ତାଙ୍କର ନିଖୁଣ ଅଭିନୟ କେତେବେଳେ ଦର୍ଶକଙ୍କୁ କଣ୍ଡାଉଥିଲା ଥିଲା ତ କେତେବେଳେ ହସାଉଥିଲା। ଏତେ କମ ବୟସରୁ ସେ ଏମିତି ପର କରି ଚାଲିଯିବେ କେହି କେବେ ଭାବି ପାରିନଥିଲେ।
ତାଙ୍କର ମୃତ୍ୟୁରେ ସମସ୍ତ ଓଡ଼ିଶାବାସୀ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ସହଯୋଗୀ, ସାଙ୍ଗ ସାଥି ସମସ୍ତେ ନିଜର ସମବେଦନା ଜଣାଇଛନ୍ତି । ଆମେ ମଧ୍ୟ ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କମନା କରିବା ସହ ଏଇ ଗଡିସନ୍ଧି ମୂହୁର୍ତ୍ତ ରେ ତାଙ୍କ ପରିବାର ବର୍ଗଙ୍କୁ ଅସିମ ଧର୍ଯ୍ୟ ପ୍ରଦାନ କରନ୍ତୁ । ଅଭିନେତା ଶ୍ରୀତମ ଦାସ ମଧ୍ୟ ଶୋକ ପ୍ରକାଶ କରି ନିଜ ସୋସିଆଲ ମିଡିଆରେ ପିଣ୍ଟୁଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିସହ ଓଲିଉଡର ଅନେକ କଳାକାର ରାତିରେ ଖବର ପାଇବା ପରେ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଶୋକ ବାର୍ତ୍ତା ଦେଇଥିବା ଦେଖିବାକୁ ମିଳିଛି । ପିଣ୍ଟୁଙ୍କୁ ଆର୍ଥିକ ସହଯୋଗର ହାତ ବଢାଇଥିବା ଅଭିନେତା ଅର୍ଦ୍ଧେନ୍ଦୁ ମଧ୍ୟ ବିଳମ୍ୱିତ ରାତିରେ ପିଣ୍ଟୁଙ୍କୁ ମନେ ପକାଇ ଲେଖିଛନ୍ତି ଯେ, ଆପଣଙ୍କ ସ୍ଥାନ ଆଉ କେହି ନେଇପାରିବେନି । ଆମେ ଆପଣଙ୍କୁ ମିସ୍ କରିବୁ ଏବଂ ସବୁବେଳେ ଆପଣ ଆମ ହୃଦୟରେ ରହିବେ । ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।