ଓଡ଼ିଆ ପକ୍ଷ ପାଳନ ର ଚତୁର୍ଦ୍ଧଶ ଦିବସ ବା ଶେଷ ଦିବସ ରେ ଆଜି ଓଡ଼ିଆ ନବବର୍ଷ ପାଳିତ ହୋଇଛି। ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ର ମିଳିତ ଆନୁକୂଲ୍ୟ ରେ ଆଜି ଓଡ଼ିଆ ନବବର୍ଷ ପାଳନ କରାଯାଇଛି। ଓଡ଼ିଆ ନବବର୍ଷ ପାଳନ ପାଇଁ ମହିଳା ମାନଙ୍କ ମଧ୍ୟରେ ହୁଳହୁଳି ଓ ଝୋଟିଓ ପିଠା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲପାଳ ବିଶ୍ୱଜିତ ବର୍ମନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦ୍ରୌପଦୀ କହଁର, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଉପସ୍ଥିତ ଥିଲେ। ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।