ଏନ୍ଏନ୍ଏସ ଓଡିଆ, ଭୁବନେଶ୍ୱର: ଓଏସଏସସି ପ୍ରଶ୍ନପତ୍ର ତ୍ରୁଟିକୁ ନେଇ ବିଜେପି ସିବିଆଇ ତଦନ୍ତ ଦାବି କରିଛି । ଦୁର୍ନୀତିର ଉଈଓ ତଦନ୍ତ ଦାବି କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଯଦି ସରକାର ନୈତିକତା ଓ ସ୍ପଷ୍ଟତା ଚାହୁଁଛନ୍ତି ଉଈଓକୁ ମାମଲା ହସ୍ତାନ୍ତର କରନ୍ତୁ ବୋଲି କହିଛନ୍ତି ମନମୋହନ । ନିଜ ଛବି ସୁଧାରିବା ଓ ପିଲାଙ୍କୁ ନ୍ୟାୟ ଦେବାକୁ ଚାହୁଁଥିଲେ ଏଭଳି କରନ୍ତୁ । ଯଦି ଏଭଳି ନ କରିବେ ଆମେ ବାଧ୍ୟ ହୋଇ ବିକଳ୍ପ ଚିନ୍ତା କରିବୁ ବୋଲି କହିଛନ୍ତି ମନମୋହନ । ସରକାର ବିଳମ୍ବ ନ କରି ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କଲେ କେଉଁ କେଉଁ ରାଜ୍ୟ ସଂପୃକ୍ତ, କିଏ ବଡ଼ପଣ୍ଡା ଅଛନ୍ତି ଜଣାପଡ଼ିଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି । ସେପଟେ ବିରୋଧୀଙ୍କ ପାଖରେ କିଛି ପ୍ରସଙ୍ଗ ନଥିବାରୁ ସେ ରାଜନୀତି କରୁଥିବା କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ ।ଅନ୍ୟପଟେ ଗତକାଲି ଙଝଝଉ ଜେଇ ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ବାଲେଶ୍ୱର ଏସ୍ପି ସାଗରିକା ନାଥ ପ୍ରତିକ୍ରିୟା ଦେଇ କହିଥିଲେ ପ୍ରିଣ୍ଟିଂ ପ୍ରେସ୍ରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ପ୍ରିଣ୍ଟିଂ ପ୍ରେସ୍ର ଜଣେ ହେଲ୍ପର ପ୍ରଶ୍ନପତ୍ର ଲିକ୍ କରିଥିଲେ । ପ୍ରେସ୍ରୁ ପ୍ରଶ୍ନପତ୍ର ଆଣି ମାଣ୍ଟରମାଇଣ୍ଡକୁ ଦେଇଥିଲେ । ମାଷ୍ଟରମାଇଣ୍ଡ ବିହାରର ଜଣେ ସରକାରୀ ଅଧିକାରୀ । ସଂପୃକ୍ତ ପ୍ରିଣ୍ଟିଂ ପ୍ରେସଟି ଓଡ଼ିଶା ବାହାରେ ରହିଛି । ଓଡ଼ିଶାରୁ ଗିରଫ ଲୋକ କେବଳ ମଧ୍ୟସ୍ଥ କାମ କରୁଥିଲେ । ଓଡ଼ିଶାରୁ କୌଣସି ସରକାରୀ ଅଧିକାରୀଙ୍କ ସଂପୃକ୍ତି ଜଣାପଡ଼ିନି ବୋଲି କହିଥିଲେ ଏସ୍ପି ସାଗରିକା ନାଥ ।
ସେ ଆହୁରି କହିଛନ୍ତି ଯେ ୯ରୁ ୧୧ ତାରିଖ ମଧ୍ୟରେ ପ୍ରଶ୍ନପତ୍ର ପ୍ରେସରୁ ଆଣିଥିଲା ହେଲ୍ପର । ଲିକ୍ କରିଥିବା ହେଲପର ଓ ମାଷ୍ଟରମାଇଣ୍ଡ ଗୋଟିଏ ଗାଁର ବୋଲି ଜଣାପଡ଼ିଛି । ଏହାସହ ଏହି ମାମଲାର ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଏବେ ବି ତଦନ୍ତ ଚାଲିଛି । ବର୍ତ୍ତମାନ ସୁଦ୍ଧା ମୋଟ ୧୭ ଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଛି । ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ବୋଲି ମଧ୍ୟ କହିଥିଲେ ଏସ୍ପି ସାଗରିକା