ଏସିବି ମେଡିକାଲରେ ୫ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର ନିର୍ମାଣ କରାଯିବ । ଏହି ଅତ୍ୟାଧୁନିକ ତଥା ଉକ୍ରୃଷ୍ଟ ଦୁର୍ଘଟଣା ଜନିତ ଚିକିସ୍ଛା କେନ୍ଦ୍ର ନିର୍ମାଣ ପ୍ରସ୍ତାବକୁ ମୁଖ୍ୟମନ୍ସୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରୁ ଏହା ନିର୍ମାଣ କରାଯିବ । ଏଥିରେ କେନ୍ଦ୍ର ସରକାରଙ୍କର ୬୦ ପ୍ରତିଶତ ଏବଂ ରାଜ୍ୟ ସରକାରଙ୍କ ୪୦ ପ୍ରତିଶତ ଅନୁଦାନରେ ଏହି ବୃହତ୍ତ ପ୍ରକଳ୍ପ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି ।
ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବ୍ରତିବଦ୍ଧ ଲୋକଙ୍କ ସରକାର । କଟକ ଏସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରତିଷ୍ଠା ହେବ ୫୦୦ ଶଯ୍ୟା ବିଶିଷ୍ଟ ଟ୍ରମା ସେଣ୍ଟର । ଏହାଦ୍ୱାରା ବିଭିନ୍ନ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ମିଳିବ ତୁରନ୍ତ ଉନ୍ନତ ଚିକିତ୍ସା । ଏହି ଟ୍ରମା ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ଜୁଲାଇ ୨ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ନିକଟକୁ ପତ୍ର ଲେଖିଥିଲେ । କେନ୍ଦ୍ର ସରକାର ଏହାକୁ ନୀତିଗତ ଅନୁମୋଦନ ଦେବାପରେ ଏବେ ଏହା ରାଜ୍ୟ ସରକାରଙ୍କ ଅନୁମୋଦନ ମଧ୍ୟ ହାସଲ କରିଛି । ଏହାପରେ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ଏସିବିରେ ୫ଶହ ବେଡ୍ ବିଶିଷ୍ଟ ଟ୍ରମା କେୟାର ସେଣ୍ଟର ହେବ ବୋଲି ସୂଚନା ମିଳିଛି । ଏଠାରେ ଆହତ ଓ ଗୁରୁତର ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ପ୍ରକଳ୍ପ ନିର୍ମାଣ ହେବା ସହ ବହୁ ଅତ୍ୟାଧୁନିକ ସରଞ୍ଜାମ ଓ ଚିକିତ୍ସା ଉପକରଣ ଉପଲବ୍ଧ ହେବ । ଏଥିରେ ମଡୁଲାର ଓଟି ସହ ସ୍ୱତନ୍ତ୍ର ଆଇସିୟୁ ଓ ଜରୁରୀକାଳିନ ଚିକିତ୍ସା,ସ୍ୱତନ୍ତ୍ର ୱାର୍ଡ, ଅନ୍ୟାନ୍ୟ ସୁବିଧା ସହ ଭିତ୍ତିଭୂମି ବ୍ୟାପକ ହେବ ବୋଲି ସୂଚନା ମିଳିଛି ।