ଏନ୍ଏନ୍ଏସ ଓଡିଆ: ଏସିଆ କପ୍ କ୍ରିକେଟ ଟୁର୍ଣ୍ଣମେଣ୍ଟ ପାଇଁ ଖେଳସୂଚୀ ଘୋଷିତ କରାଯାଇଛି । ଆସନ୍ତା ଅଗଷ୍ଟ ୩୦ ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ପାକିସ୍ତାନ ଓ ଶ୍ରୀଲଙ୍କାରେ ଖେଳାଯିବ । ଏଥିପ୍ଧବ ଗତକାଲି ଏସୀୟା କ୍ରିକେଟ ପରିଷଦ ଓ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ଅଂଶଗ୍ରହଣ କରିବେ । ଗ୍ରୁପ ଏ ରେ ଭାରତ, ପାକିସ୍ତାନ ଓ ନେପାଳ ରହିଥିବା ବେଳେ ଗ୍ରୁପ ବି ରେ ଶ୍ରୀଲଙ୍କା, ଆଫାଗାନିସ୍ତାନ ଓ ବାଂଲାଦେଶ ସ୍ଥାନ ପାଇଛି । ହାଇବ୍ରିଡ୍ ମଡେଲ ଅନୁଯାୟୀ ୧୩ଟି ମ୍ୟାଟ୍ ମଧ୍ୟରୁ ପାକିସ୍ତାନରେ ୪ଟି ଓ ଶ୍ରୀଲଙ୍କାରେ ୯ଟି ମ୍ୟାଚ ଖେଳାଯିବ ।
ପାକିସ୍ତାନର ମୁଲତାନ ଓ ଲାହୋରରେ, ଶ୍ରୀଲଙ୍କାର କାଣ୍ଡି ଓ କଲମ୍ବୋରେ ମ୍ୟାଚ ଖେଳାଯିବ। ଅଗଷ୍ଟ ୩୦ରେ ଉଦ୍ଘାଟନୀ ମ୍ୟାଚ ପାକିସ୍ତାନ-ନେପାଳ ମଧ୍ୟରେ ଖେଳାଯିବ। ସେପ୍ଟେମ୍ବର ୨ରେ ଭାରତ ଓ ପାକିସ୍ତାନ ମ୍ୟାଚ ଶ୍ରୀଲଙ୍କାର କାଣ୍ଡିରେ ଖେଳାଯିବ। ଲିଗ୍ ପଯ୍ୟାୟରେ ମୋଟ ୬ଟି ମ୍ୟାଚ ଖେଳାଯିବ। ପ୍ରତି ଗ୍ରୁପରୁ ୨ଟି ଲେଖାଏଁ ଦଳ ସୁପର-୪କୁ ଉନ୍ନୀତ ହେବେ। ସୁପର-୪ରେ ମୋଟ ୬ଟି ମ୍ୟାଚ ଖେଳାଯିବ। ଶ୍ରେଷ୍ଠ ୨ ଦଳ ଫାଇନାଲକୁ ଉନ୍ନୀତ ହେବେ। ଫାଇନାଲ ଅଗଷ୍ଟ ୧୭ରେ କଲମ୍ବୋରେ ଖେଳାଯିବ। ସୂଚନାଯୋଗ୍ୟ, ଏସିଆ କପ୍ ଆୟୋଜତ ନେଇ ପାକିସ୍ତାନ ଅଧିକାର ପାଇଥିଲା। ହାଇବ୍ରିଡ ମଡେଲ ଅନୁଯାୟୀ ମ୍ୟାଚ ଶ୍ରୀଲଙ୍କା ଓ ପାକିସ୍ତାନରେ ଖେଳାଯିବ।