କଟକ ଏସସିବି ମେଡିକାଲରେ ଘଟିଛି ଅଘଟଣ । ସର୍ଜରୀ ୱାର୍ଡ ସିଲିଂ ଫ୍ୟାନ ଖସି ରୋଗୀଙ୍କ ଉପରେ ପଡିଛି । ଫ୍ୟାନଟି ଘୁରୁଥିବା ସମୟରେ ଛିଣ୍ଡି ପଡ଼ିଛି। ରୋଗୀଙ୍କ ମୁଣ୍ଡ ଓ ଛାତିରେ ଫ୍ୟାନ ପଡ଼ିଛି। ରୋଗୀ ଜଣକ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତେବେ ସୂଚନା ଅନୁସାରେ ରୋଗୀ ଜଣକ ସୁସ୍ଥ ରହିଥିବାର ଜଣାପଡିଛି। ମହିଳା ରୋଗୀ ଜଣକ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତିଛନ୍ତି।