<h3>ବାଲିକୁଦା,୦୭/୦୫/୨୪: ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କ ସପକ୍ଷରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିପୁଳ ସମର୍ଥନ ଓ ବ୍ୟାପକ ସମବେଦନାର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ନିର୍ବାଚନୀ ରାଜନୀତିରେ ନୂତନ ଚେହେରା, ସତେଜ ବ୍ୟକ୍ତିତ୍ୱ, ସ୍ୱଚ୍ଛ ଭାବମୂର୍ତ୍ତି ବହନ କରିବା ସାଙ୍ଗକୁ ଜଣେ ଯଶସ୍ଵୀ ଭୂମିପୁତ୍ର ଭାବରେ ସତ୍ୟ, ଜାତୀୟ ରାଜଧାନୀ କ୍ଷେତ୍ର ଗୁରୁଗ୍ରାମ ଠାରେ ଶିଳ୍ପଦ୍ୟୋଗୀ ଭାବରେ ଗଗନଚୁମ୍ବି ସଫଳତା ହାସଲ କରିବା ବିଷୟକୁ ସ୍ଥାନୀୟ ବାସିନ୍ଦାମାନେ ବେଶ ପସନ୍ଦ କରୁଛନ୍ତି। ଜଣେ ସୁଦକ୍ଷ, ସକ୍ରୀୟ ଓ ସଶକ୍ତ ଯୁବନେତା ଭାବରେ ତୃଣମୂଳ ସ୍ତରରେ ସଂସ୍କାର ମାଧ୍ୟମରେ କୌଶଳ ବିକାଶ, ଆତ୍ମନିଯୁକ୍ତି ଏଵଂ ନେତୃତ୍ୱ ସହିତ ସହଭାଗୀତା ଦ୍ୱାରା ଉଦ୍ୟୋଗୀକରଣ କୁ କାର୍ୟ୍ୟାନ୍ୱୟନ କରି ସମନ୍ବିତ ସାମାଜିକ ଓ ଅର୍ଥନୈତିକ ଉନ୍ନତିକୁ ସମ୍ଭବପର କରିବା ପାଇଁ ଶ୍ରୀ ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ପାରଦର୍ଶୀ ଯୋଜନା ଭୋଟଦାତାମାନଙ୍କ ଦ୍ୱାରା ବେଶ ଆଦୃତ ହେଉଛି। ମାତ୍ର ୬ ମାସ ମଧ୍ୟରେ ବାଲିକୁଦା-ଏରସମା ଅଞ୍ଚଳର କାୟାକଳ୍ପକୁ ବଦଳାଇ ଦେଇଥିବା ସତ୍ୟ ସାରଥୀ ଏବେ ବିକାଶର ସାରଥୀ ସାଜିଥିବା ଦେଖାଯାଉଛି। ଭୋଟ ଦାତାମାନଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ସିଧାସଳଖ ସମ୍ପର୍କ ରକ୍ଷା କରିବା, ପାର୍ଟିର ସାଙ୍ଗଠନିକ ଢାଞ୍ଚାକୁ ମଜବୂତ କରିବା, ହଜାର ହଜାର ଯୁବକ ଓ ମହିଳା କର୍ମୀଙ୍କୁ ସାମିଲ କରାଇ ଦଳର ଭିତ୍ତିକୁ ପରିବ୍ୟାପ୍ତ କରିବା ଏବଂ “ମୋ ମାଟି-ମୋ ଗାଁ : ଜନମତ" ନାମକ ଏକ ପ୍ରଯୁକ୍ତି ଆଧାରିତ ସର୍ଭେ କରି ଲୋକମାନଙ୍କର ପ୍ରକୃତ ସମସ୍ୟା ଏବଂ ସମାଧାନର ସୁତ୍ରକୁ ଚିହ୍ନଟ କରିବାରେ ଶ୍ରୀ ମହାନ୍ତି ସଫଳକାମ ହୋଇଛନ୍ତି। ସତ୍ୟଙ୍କର ଗବେଷଣା ଭିତ୍ତିକ ରାଜନୀତି ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ଅଭିନବ ଜନକଲ୍ୟାଣ କାର୍ୟ୍ୟକ୍ରମ ଖସଡ଼ା ଆବାଳ ବୃଦ୍ଧବନିତାଙ୍କ ମନକୁ ଛୁଇଁ ପାରିଛି।</h3>