ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ । ଗତ ଶୁକ୍ରବାର ବିଳମ୍ବିତ ରାତିରେ ମେଡିକାଲ କଲେଜର ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ର ରୁଦ୍ର ରାଉତଙ୍କୁ କ୍ୟାମ୍ପସ ପରିସରରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । କଲେଜର ଚତୁର୍ଥ ବର୍ଷ ଏମବିବିଏସର କିଛି ଛାତ୍ର ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ରଦ୍ର ଲହୁଲହାଣ ହୋଇଥିଲେ । ଏନେଇ ରୁଦ୍ର ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଏ ସମ୍ପର୍କରେ ଛାତ୍ରଙ୍କ ବାପା ଟୁଇଟ୍ ଯୋଗେ ଏମକେସିଜି କର୍ତ୍ତୃପକ୍ଷ, ବ୍ରହ୍ମପୁର ଏସପି ଓ ଗଞ୍ଜାମ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଣ୍ଟି ରାଗିଂ ସେଲ୍ ତଦନ୍ତ କରୁଥିବା ଏମକେସିଜି ପ୍ରିନ୍ସିପାଲ୍ କହିଛନ୍ତି।
ଛାତ୍ରଜଣକ ସିନିୟରଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ଚାଲିଛି। ସତ ସାମନାକୁ ଆସିଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏମକେସିଜି ପ୍ରିନସିପାଲ୍ କହିଛନ୍ତି।
ରାଗିଂର ଶିକାର ହୋଇ ଅକାଳରେ ବହୁ ଛାତ୍ରଛାତ୍ରୀଙ୍କ ଜୀବନ ଚାଲି ଯାଉଥିବା ବେଳେ ଏହାକୁ ରୋକିବାକୁ ଖୁବ୍ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହାସତ୍ତ୍ୱେ ଏମକେସିଜି ପରି ଆଗ ଧାଡ଼ିର ମେଡିକାଲ କଲେଜରୁ ଏପରି ଅଭିଯୋଗ ଆସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।