କରୋନାର ଦ୍ୱିତୀୟ ଲହର ଭୟ ଦୂର ନହେଉଣୁ ଏବେ ଠୁ ପାଦ ଥାପିବା ଆରମ୍ଭ କଲାଣି କରୋନାର ଥୃତୀୟ ଲହର । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ପୂର୍ବାନୁମାନ ଅନୁଯାଇ କରୋନାର ତୃତୀୟ ଲହର ଛୋଟ ପିଲାଙ୍କ ପାଇଁ ବେଶି ଘାତକ ହେବା ଅରମ୍ଭ ହୋଇଛି । ବର୍ତମାନ ଠାରୁ ଦେଶରେ ଛୋଟ ପିଲାଙ୍କ ଠାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଦେଖାଗଲାଣି ।
ଜାତୀୟ ଗଣମାଧ୍ୟମ ଗୁଡିକର ରିପୋର୍ଟ ଅନୂଯାଇ ମାତ୍ର ୨୦ ଦିନ ଭିତରେ ଉତ୍ତରାଖଣ୍ଡରେ ୨୦୪୪ ଜଣ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି ଯାହା କରୋନାର ତୃତୀୟ ଲହରର ଭୟ ବଢାଉଛି । ଅନ୍ୟପଟେ ରାଜସ୍ଥାନରେ ବି ଗତ କିଛି ଦିନ ମଧ୍ୟରେ ୩୪୧ ଜଣ ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଦେଶର ଅନ୍ୟ ରାଜ୍ୟ ଗୁଡିକରେ ସେତେ ମାତ୍ରାରେ ଶିଶୁ କରୋନା ଦ୍ୱାରା ଆକ୍ରାନ୍ତ ନହେଉଥିଲେ ବି ଉତ୍ତରାଖଣ୍ଡ ଓ ରାଜସ୍ଥାନର ସଂକ୍ରମଣ ପୁରା ଦେଶର ଶିଶୁ ମାନଙ୍କ ପାଇଁ ଭୟ ବଢାଉଛି ।
ଦେଶରେ ଏବେ କରୋନାକୁ ପ୍ରତିହତ କରିବା ପାଇଁ ଗୋଟିଏ ମାତ୍ର ଅସ୍ତ୍ର ରହିଛି ଭ୍ୟାକ୍ସିନ୍ ମାତ୍ର ଏପର୍ଯ୍ୟନ୍ତ ଦେଶରେ ୧୮ ବର୍ଷରୁ ତଳ ପିଲାମାନଙ୍କୁ ଟୀକାକରଣ ଆରମ୍ଭ ହୋଇନାହିଁ । ଏଭଳି ସ୍ଥିତିରେ କରୋନାର ତୃତୀୟ ଲହର ଟାର୍ଗେଟରେ ଛୋଟ ପିଲା ରହିଥିବା ବେଳେ ଏହା ଏବେ ଚିନ୍ତାର ପ୍ରମୁଖ କାରଣ ପାଲଟିଛି ।