ଭୁବନେଶ୍ୱର: ଆଜି ପ୍ରଥମରୁ ଅଷ୍ଟମ ପାଇଁ ସ୍କୁଲ ଖୋଲିବାର ଥିଲା । ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ। ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି। ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସରୁ ଅଧିକ ଦିନ ସ୍କୁଲ କଲେଜ ସବୁ ବନ୍ଦ ରହିବା ପରେ ଚଳିତ ବର୍ଷ ନମବ ଦଶମ ଓ କଲେଜ ଖୋଲାଯାଇଛି। କିନ୍ତୁ ପ୍ରଥମରୁ ଅଷ୍ଟମ ଏବେ ବି ବନ୍ଦ ରହିଛି । ତେବେ ଆଜି ପ୍ରଥମରୁ ଅଷ୍ଟମ ଯାଏ ସ୍କୁଲ ଖୋଲାଯିବାର ଯୋଜନା ରହିଥିଲା. କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇପାରେ । ସୂଚନା ମୁତାବକ ପଡ଼ୋଶୀ ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିକୁ ଦେଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବାରେ ବିଳମ୍ବ ହୋଇପାରେ। ଆଜି ପ୍ରଥମରୁ ଅଷ୍ଟମ ପାଇଁ ସ୍କୁଲ ଖୋଲିବାର ଥିଲା। ହେଲେ ସ୍ଥିତିକୁ ଦେଖି ପୁନର୍ବିଚାର କରାଯାଉଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସମ୍ପୂର୍ଣ୍ଣ ସ୍ଥିତିକୁ ପରଖିବା ପରେ ସ୍କୁଲ ଖୋଲାଯିବା ନେଇ ପୂନର୍ବି୍ଚାର କରାଯିବ ।