<h3>ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢିଚାଲିଥିବା ବେଳେ ପୂର୍ବରୁ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତିନି ଦିନ ପାଇଁ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟଗୁଡିକରେ ସାମୟିକ ଗ୍ରୀଷ୍ମଛୁଟିି ଘୋଷଣା କରିଥିଲେ । ଏହା ପରେ ପିଲାମାନେ ଦ୍ୱନ୍ଦରେ ଥିଲେ ଯେ, ସାମୟିକ ଛୁଟିକୁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ବୋଲି ଘୋଷଣା କରିବେ କି ନାହିଁ ? କିନ୍ତୁ ତାହା ଏବେ ସ୍ପଷ୍ଟ ହୋଇଯାଇଛି । ତେବେ ଆସନ୍ତା ଏପ୍ରିଲ ମାସ ୨୫ ତାରିଖରୁ ଗ୍ରୀଷ୍ମ ଛୁଟି ହେବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସାମୟିକ ଗ୍ରୀଷ୍ମଛୁଟିିରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସୁନଥିଲେ ମଧ୍ୟ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଅସହ୍ୟ ଖରାରେ ବିଦ୍ୟାଳୟକୁ ଯିବାକୁ ପଡୁଥିଲା । ଏବେ କିନ୍ତୁ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ବିଦ୍ୟାଳୟକୁ ଆସିବେ ନାହିଁ । ତେବେ ଆସନ୍ତା ଏପ୍ରିଲ ମାସ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୪ଘଣ୍ଟା ପାଇଁ ଅର୍ଥାତ୍ ସକାଳ ୬ଘଟିକା ୩୦ମିନିଟରୁ ୧୦ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢା ଜାରି ରହିବା ନେଇ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।</h3>