ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ନିକଟରେ ଜାତୀୟ ସ୍ତରରେ ପ୍ରକାଶିତ ହୋଇଥିବା ଏଡିଆର ରିପୋର୍ଟ ଓ ଭଏସ ଫର ଡେମୋକ୍ରେସୀ ରିପୋର୍ଟ ଉପରେ ଆଲୋକପାତ କରି ଏହା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା
ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଥିଲେ । ସେ କହିଥିଲେ, ନିକଟରେ ଆସୋସିଏସନ ଫର ଡେମୋକ୍ରାଟିକ ରିପୋର୍ଟ ଓ ଭଏସ ଫର ଡେମୋକ୍ରେସି ପରି
ଦୁଇ ଜାତୀୟ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି ଯେଉଁଥିରେ ଭୋଟ ଦିନ ପ୍ରକାଶିତ ହୋଇଥିବା ସମୁଦାୟ ଭୋଟ ଓ ଭୋଟ ଗଣତି ଦିନ ଜଣା ପଡ଼ିଥିବା ସମୁଦାୟ ଭୋଟର ପାର୍ଥକ୍ୟ ପାଞ୍ଚ କୋଟିରୁ ଅଧିକ ରହିଛି । ସମୁଦାୟ ଭୋଟରେ ଏତେ ବଡ଼ ବ୍ୟବଧାନ ନିଶ୍ଚିତ ଭାବେ ଏକ ବଡ଼ ବ୍ୟତିକ୍ରମ ଓ ଆମ ସାମ୍ୱିଧାନିକ ବ୍ୟବସ୍ଥା ପାଇଁ ଏକ ପ୍ରଶ୍ନବାଚୀ । ଏହି ରିପୋର୍ଟ ଅନୁଯାୟୀ, ନିର୍ବାଚନ ହୋଇଥିବା ୫୪୧ ସିଟ୍ ମଧ୍ୟରୁ ୫୩୮ଟି ସିଟ୍ରେ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହି ରିପୋର୍ଟ ଅନୁଯାୟୀ, ଅନୁନ୍ୟ ୭୯ଟି ଏମ୍ ି ଆସନରେ ଏହି ବ୍ୟତିକ୍ରମ କାରଣରୁ ବିଜେପିର ବିଜୟ ପାଇଁ ସହାୟକ ହୋଇଛି । ସେହି ରି ଓଡ଼ିଶାର ୧୮ଟି ଲୋକସଭା ଆସନରେ ମଧ୍ୟ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଥିଲେ । ସେ ଆହୁରି କହିଥିଲେ, ଏହି ରିପୋର୍ଟକୁ ଅନୁଧ୍ୟାନ କଲେ ଆମ ଦେଶର ସାମ୍ୱିଧାନିକ ବ୍ୟବସ୍ଥା ଉପରେ ସ୍ୱାଭାବିକ ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦିଓ ନିର୍ବାଚନ କମିସନର ଇଭିଏମର ସ୍ୱଚ୍ଛତା ଉପରେ ବାରମ୍ୱାର ଦୃଢୋକ୍ତି ପ୍ରକାଶ କରିଛନ୍ତି, ଏହି ରିପୋର୍ଟ ଜନସାଧାରଣଙ୍କ ମନରେ ଇଭିଏମର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ତେଣୁ ଆମ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ ରଖିବା ପାଇଁ ଏହା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକତା ରହିଛି ।