ବିଶ୍ବହିନ୍ଦୁ ପରିଷଦର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଉରକେଲାରେ ବିଶ୍ବହିନ୍ଦୁ ପରିଷଦ ତରଫରୁ ଏକ ବିଶାଳ ଶୋଭାଯାତ୍ରା ରେଳବାଇ ଷ୍ଟେସନର ସଙ୍କଟ ମୋଚନ ମନ୍ଦିରରୁ ବାହାରି ରାଉରକେଲା ମେନ ରୋଡ ଦେଇ ମାହେଶ୍ୱରୀ ଭବନ ପର୍ଯ୍ୟନ୍ତ ଯାଇଥିଲ। ଏହି ଶୋଭାଯାତ୍ରାରେ ଭାଜପାର ଦଳୀୟ କର୍ମୀ ଓ ସହରର ଶତାଧିକ ଯୁବକ ଓ ଯୁବତୀଙ୍କ ସହିତ ସହରବାସୀ ମାନେ ମଧ୍ୟ ଯୋଗ ଦେଇଥିଲେ। ବିଶ୍ଵ ହିନ୍ଦୁ ପରିଷଦ ସଦ୍ୟସ୍ୟଙ୍କ କହିବା ଅନୁଯାଇ ବାଣ୍ଟି ନ ହୋଇ ଏକତ୍ର ରହିବା। ଆମର ସଂସ୍କୃତି ବାହାର ଦେଶର ନାଗରିକମାନେ ଆପଣାଉଛନ୍ତି, ତେଣୁ ଆମ ସଂସ୍କୃତିକୁ ନେଇ ଆମ୍ଭେମାନେ ଗର୍ବିତ ହେବା କଥା। ଭବିଷ୍ୟତରେ ବାଂଲାଦେଶରେ ହିନ୍ଦୁ ମାନଙ୍କ ଅବସ୍ଥା ପରି ନ ହେଉ। ତେଣୁ ହିନ୍ଦୁ ପରିଷଦ ତରଫରୁ ପିଲାମାନଙ୍କ ଅଭିଭାବକ ମାନଙ୍କୁ ଓ ଯୁବ ପିଢ଼ିକୁ ସାବଧାନ ରହିବାକୁ ପରାମର୍ଶ ଦେଇଥିଲେ।