ଉପରିସ୍ଥ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ, ଶିକ୍ଷାଦାନ ବାଧାପ୍ରାପ୍ତ । ଅଧିକାରୀଙ୍କ ବ୍ୟକ୍ତିଗତ ଆକ୍ରୋଶ ଯୋଗୁଁ ଅନ୍ଧାରରେ ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଶିକ୍ଷକ ବଦଳି ନେଇ ଅଭବିଭାବକ ଓ ଛାତ୍ରଛାତ୍ରୀ ମହଲରେ ଅସନ୍ତୋଷ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ବ୍ଲକର ଅଡାଳ ସରକାରୀ ଉଚ ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟ ହୋଇଛି ଖୋଲା ହେଲେ ବାହାରେ ବସିଛନ୍ତି ପିଲା । ଏପଟେ ପରିଚାଳନା କମିଟିର ଚାଲିଛି ଘୋମାଘୋଟ ବୈଠକ । ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହରଜପୁର ବ୍ଲକ ର ଅଡାଳ ଉଚ ପ୍ରାଥମିକ ବିଦ୍ୟାଳୟରେ । ଶିକ୍ଷକ ବଦଳିକୁ ନେଇ ହୋଇଛି ଏଭଳି ଅଭାବନୀୟ ପରିସ୍ଥିତି । ଆଉ କିଛି ଦିନ ପରେ ପିଲାଙ୍କ ପରୀକ୍ଷା ଥିବାବେଳେ ଏଭଳି ପରିସ୍ଥିତି ଚିନ୍ତାର ବିଷୟ ପାଲଟିଛି ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ୧୩୦ ଛାତ୍ରଛାତ୍ରୀ ଥିବାବେଳେ ଦୁଇ ଜଣ ନିୟମିତ ଶିକ୍ଷକଙ୍କ ସହ ଅଛନ୍ତି ମାତ୍ର ୫ ଜଣ ଶିକ୍ଷକ । ସେହି ୫ ଜଣଙ୍କ ମଧ୍ୟରୁ ପୁଣି ଜଣେ ଶିକ୍ଷକଙ୍କ ଆକ୍ରୋଶମୂଳକ ଭାବେ ଡେପୁଟେସନ ବାତିଲ କରି ଦେଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ଯାହାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ଅବିଭାବକ । ତେବେ ଘଟଣା ନେଇ ସନ୍ଦେହରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଭୂମିକା । ତଥ୍ୟ ଅନୁଯାୟୀ ଗତ ଫେବୃୟାରି ୪ ତାରିଖରେ ସରକାରୀ ନିର୍ଦେଶ ଅନୁସାରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ଭଦ୍ରକ ଜିଲ୍ଲାର ଦଖା ଉଚ ବିଦ୍ୟାଳୟକୁ ପ୍ରଧାନ ଶିକ୍ଷକଭାବେ ହୋଇଛି । ଚିଠି ଆଧାରରେ ଗତ ୭ ତାରିଖରେ ଏବିଇଓଙ୍କୁ ଚାର୍ଜ ଦେଇ ରିଲିଭ ହେବାକୁ ନିର୍ଦେଶ ଦେଇଛନ୍ତି ଡିଇଓ । ତେବେ ସେହି ୭ ତାରିଖ ଦିନ ଅଡାଳ ରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଗିରିଜା ଶଙ୍କର ପଣ୍ଡାଙ୍କ ଡେପୁଟେସନ କୁ ବାତିଲ କରିଥିବାବେଳେ ୧୪ ତାରିଖରେ ସମ୍ପୃକ୍ତ ଶିକ୍ଷକଙ୍କୁ ଚିଠି ଦେଇଛନ୍ତି ସିଆରସିସି ଙ୍କ ମାଧ୍ୟମରେ । ତେବେ ଏଠାରେ ପ୍ରଶ୍ନ ଯଦି ୭ ତାରିଖ ଡେପୁଟେସନ ବାତିଲ ହେଲା ତାହେଲେ ୭ ଦିନ ପର୍ଯ୍ୟନ୍ତ କାହିଁକି ଚିଠି ଦେଇନଥିଲେ ସମ୍ପୃକ୍ତ ଶିକ୍ଷକଙ୍କୁ ? ସବୁଠାରୁ ବଡ କଥା ହେଲା ନିଜେ ବିଇଓ ବଦଳି ହେବ ପରେ କେମିତି ନିଜ କ୍ଷମତାର ଅପବ୍ୟବହାର କରୁଛନ୍ତି । କ୍ଷମତା ଗଲା ପରେ ବାଉଳା ହୋଇ ବ୍ୟକ୍ତିଗତ ଫାଇଦା ନେବାକୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ । ଏହାର ବିଧିବଦ୍ଧ ତଦନ୍ତ ସହ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କରିବା ଜରୁରୀ ହୋଇ ପଡିଛି ।