ରାଉରକେଲା : ତିନି ଦିବସୀୟ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ ହୋଇଯାଇଛି l ବେଦବ୍ୟାସ ମେଳା ପଡିଆରେ ଅନୁଷ୍ଠିତ ସମାପନ ସମାରୋହ ରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ତନ୍ତୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ସେ ଉପଖଣ୍ଡ ସ୍ତରୀୟ ଏହି କୃଷି ଯନ୍ତ୍ରପାତି ମେଳା ରେ ଚାଷୀ ମାନେ ଲାଭବାନ ହୋଇଥିବେ ବୋଲି ସନ୍ତୋଷ ବ୍ୟକ୍ତ କରିଥିଲେ l ସେ ନୂଆ ଟେକ୍ନୋଲୋଜି ବ୍ୟବହାର କରି ଚାଷ କରିବାକୁ ଆହ୍ବାନ କରିଥିଲେ ଏବଂ ମେଳାର ବିଭିନ୍ନ ଷ୍ଟଲ ବୁଲି କୃଷି ଯନ୍ତ୍ରପାତି ଦେଖିଥିଲେ l ଏହି ତିନି ଦିବସୀୟ ମେଳାରେ ୧ କୋଟି ୬୦ ଲକ୍ଷ ଟଙ୍କାର ୨୦୪ ଗୋଟି କୃଷି ଯନ୍ତ୍ରପାତି କ୍ରୟ କରିବା ପାଇଁ ବୁକିଂ କରାଯାଇଛି l ଏହି ଅବସରରେ ଆୟୋଜିତ କର୍ମଶାଳା ରେ ପ୍ରତିଦିନ ୫୦ ଜଣ ଚାଷୀ ମାନଙ୍କୁ ଚାଷ ସଂପର୍କିତ ବିଭିନ୍ନ ପଦ୍ଧତି ସଂପର୍କରେ ବିଭିନ୍ନ ବିଭାଗର ବିଶେଷଜ୍ଞ ମାନେ ପ୍ରଶିକ୍ଷଣ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ରାଉରକେଲା କୃଷି ବିଜ୍ଞାନ କେନ୍ଦ୍ର (୨), ବରିଷ୍ଠ ବୈଜ୍ଞାନିକ ଡା ଜୟନ୍ତ ପତି , ଡିଏମ ଏଗ୍ରୋ ସୁବୋଧ ପାଣିଗ୍ରାହୀ, ଏଡିଏଚ ପାନପୋଷ ଦୁଷ୍ନତ ବେହେରା , ଏଡିଏଚ ଦିପ୍ତୀ ପଟେଲ , ବିଭିଓ ଲାଠିକଟା ଡା ପିତାମ୍ବର ସାହୁ , କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ (କୃଷି ) ପରମାନନ୍ଦ ପ୍ରଧାନ, ,କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଜି ଜୟନ ଉପସ୍ଥିତ ଥିଲେ l ସଂଧ୍ୟାରେ ସାଂସ୍କତିକ କାଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା l