ଯେଉଁଭଳି ଭାବରେ ବାଂଲାଦେଶରେ ନର ସଂଘାର ଚାଲିଛି ତାହା ବିଶ୍ଵକୁ ସ୍ତବ୍ଦ କରିଛି । କେନ୍ଦ୍ରାପଡା ଜିଲ୍ଲାର ଉପକୂଳ ତଟବର୍ତ୍ତି ଅଞ୍ଚଳ ଯଥା ତାଳଚୁଆ, ଗୁପ୍ତି, ମହାକାଳପଡା ରେ ଭୟରେ ଆତଙ୍କ ଦେଖା ଦେଇଛି . କାରଣ ଏହିସବୁ ଅଞ୍ଚଳରେ ଜଳପଥ ଦେଇ ରାତି ଅଧିଆ ବାଂଲାଦେଶୀ ଅନୁପ୍ରବେଶକାରୀ ପ୍ରବେଶ କରୁଛନ୍ତି, ବିଗତ ଦିନରେ ଅନୁପ୍ରବେଶକାରୀ ଙ୍କ ଦ୍ୱାରା ଜାତୀୟ ଉଦ୍ୟାନ ଭିତରକନିକା ଜଙ୍ଗଲକାଟି ରେଡ଼ିଓ ଷ୍ଟେସନ ନିର୍ମାଣ, ଜାତୀୟ ପତାକା ପୋଡି, ସମୁଦ୍ର ରେ ବେନିୟମ ମାଛ ଧରା, ନିଷାକାରବାର, ଗୋରୁଚାଳାନ, ମନ୍ଦିରରେ ମୂର୍ତ୍ତି ଚୋରିଭଳି ଅନେକ ଦେଶଦ୍ରୋହୀ କାର୍ୟ୍ୟକଳାପରେ ଲିପ୍ତ ରହିଛନ୍ତି। ଯାହା ସମଗ୍ର ରାଜନଗର ଓ କେନ୍ଦ୍ରାପଡ଼ା ଜିଲ୍ଲା ର ସୁରକ୍ଷା କୁ ସମ୍ପୂର୍ଣ୍ଣ ବିପନ୍ନ କରିଛି। କିନ୍ତୁ ଏହାକୁ ସୁରକ୍ଷା ଦେବାରେ ତଳଚୁଆ ସାମୁଦ୍ରିକ ଥାନା ବିଫଳ ହୋଇଛି, ପୂର୍ବ ତଟକୁ ସୁରକ୍ଷା ଦେବା ଲାଗି କେଉଁ ପେଟ୍ରୋଲିଂ ବୋଟ ଦିଆଯାଇଛି ତାହା କେବଳ ଦେଖିବା ଯୋଗ୍ୟ ହୋଇଛି/ ପେଟ୍ରୋଲ ନଥିବାରୁ ଦୀର୍ଘ ୧୧ ମାସ ହେବ ଏହି ବୋଟ ଅଚଳ ଅବସ୍ଥାରେ ପଡ଼ି ରହିଥିଲା. ମାତ୍ର ବାଂଲାଦେଶରେ ନର ସଂଘାର ହେବା ପରେ ସେହି ସୋ ବନିଥିବା ପେଟ୍ରୋଲିଂ ବୋଟ ଏବେ ବୁଲିବା ଆରମ୍ଭ କରିଛି. ଆଜି ଏହି ସମ୍ବେଦନଶିଳ ସମୟରେ ଫେରି ଘାଟରେ ବୋଟ ଯୋଗେ ଆସୁଥିବା ଯାତ୍ରୀଙ୍କୁ ଯାଞ୍ଚ୍ କରୁଥିବାର ନଜର ଆସିଛି. କିନ୍ତୁ ଯେଉଁ ଯାଞ୍ଚ୍ ହେଉଛି ତାହା କେବଳ ଅଧରକାର୍ଡ ଦେଖି, ଅନ୍ୟ ପଟେ ଏ ସମ୍ପର୍କରେ ମୁହଁ ଖୋଲିବାକୁ ମାନା କରିଛନ୍ତି ତାଳଚୁଆ ସାମୁଦ୍ରିକ ଥାନା ଅଧିକାରିଣୀ ସସ୍ମିତା ସାହୁ କେବଳ ଏତିକି କହିଛନ୍ତି ତାଙ୍କୁ କୁଆଡେ ଉପରୁ ମନା ହୋଇଛି ମୁହଁ ଖୋଲିବା ପାଇଁ.