<h3>ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ଆଉ ଏନେଇ ଭାରତୀୟ ଟିମର ଅଫିସିଆଲ ଜର୍ସି ଏକ ସ୍ପେଶାଲ ଅନ୍ଦାଜରେ ଉନ୍ମୋଚିତ ହୋଇଯାଇଛି ।ଟି-୨୦ ବିଶ୍ୱକପରେ ଭାରତୀୟ ଟିମର ଖେଳାଳୀ ଆଡିଡାସ କମ୍ପାନୀର ଜର୍ସି ପିନ୍ଧିବେ ।ଏହାକୁ ନେଇ କମ୍ପାନୀ ଏହାର ଅଫିସିଆଲ ଆକାଉଂଟରେ ଭିଡିଓ ପୋଷ୍ଟ କରିଛି । ଭିଡିଓରେ ରୋହିତ ଶର୍ମା, ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବ ମଇଦାନରେ ଠିଆ ହୋଇଥିବା ଦେଖିବାକୁମିଳିଛି ।ଆଉ ଏହି ସମୟରେ ହେଲିକପ୍ଟରରେ ଟିମର ଜର୍ସି ଉଡି ଉଡି ଆସୁଛି । ଏହାପରେ ରୋହିତ ଦୁଇଖେଳାଳୀଙ୍କ ଆଡକୁ ଇଙ୍ଗିତ କରୁଛନ୍ତି । ଧର୍ମଶାଳାର ଏଚପିସିଏ କାର୍ଯ୍ୟାଳୟରେ ଜର୍ସିର ଲଂଚ ହୋଇଛି ।ସ୍ପୋର୍ଟସ ୱେୟାର ବ୍ରାଣ୍ଡ ଆଡିଡାସ ଇନଷ୍ଟାଗ୍ରାମରେ ଭିଡିଓ ପୋଷ୍ଟ କରି ଲେଖିଛି, 'ୱାନ ଜର୍ସି, ୱାନ ନେସନ' । ଏହାସହ ଆଜିଠାରୁ ଜର୍ସିଷ୍ଟାର ଏବଂ ଅନଲାଇନରେ ଉପଲବ୍ଧ ହେବ ବୋଲି କହିଛି । ତେବେ ଜୁନ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଥିବାବେଳେ ଜୁନ ୫ରେ ଭାରତ ତା’ର ପ୍ରଥମ ମ୍ୟାଚ ଖେଳିବ । ଟି-୨୦ ର ସମସ୍ତ ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ଆମେରିକାର ୧୦ଟି ଗ୍ରାଉଣ୍ଡରେ ଖେଳା ଯାଇପାରେ । ଆମେରିକାର ଫ୍ଲୋରିଡା, ମୋରିସଭିଲେ, ଡଲାସ୍ ଓ ନ୍ୟୁୟର୍କକୁ ଏହି ଟୁର୍ଣ୍ଣାମେଂଟ ପାଇଁ ତାଲିକାଭୁକ୍ତ କରାଯାଇଛି ।</h3>