ବ୍ରିଜ ଉପରେ ଝୁଲିରହିଥିôଲା ବସ । ମହାନଦୀ ବ୍ରିଜ ବାଡରେ ମାଡ ହୋଇ ବ୍ରିଜ ଉପରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବସ । ବସଟି ବ୍ରିଜ ତଳକୁ ବିପଦଜନକ ଅବସ୍ଥାରେ ଓହଳି ରହିଥିବା ଦେଖିବାକୁ ମିଳିଥିଲା । ଅନୁଗୁଳରୁ ଭୁବନେଶ୍ୱର ଯାଉଥିବା ସମୟରେ ବସଟି ଜାତମୁଣ୍ଡିଆ ବ୍ରିଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ବସରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।
ଦୀର୍ଘସମୟ ଧରି ବସଟି ବ୍ରିଜରେ ଓହଳି ରହିବା ପରେ ଉଦ୍ଧାର ପାଇଁ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ସ୍ଥାନୀୟ ଡମପଡ଼ା ଫାୟାର ଷ୍ଟେସନରୁ ଗୋଟିଏ ଟିମ୍ ଉଦ୍ଧାର ପାଇଁ ପହଞ୍ଚିଥିଲା । ବିପଦଜନକ ଭାବେ ଝୁଲି ରହିଥିବା ବସକୁ ଉଦ୍ଧାର ପାଇଁ ଏକ କ୍ରେନ୍ ଓ ହାଇୱା ଅଣାଯାଇଥିଲା ।
କ୍ରେନ୍ ଓ ହାଇୱା ସାହାଯ୍ୟରେ ଉଦ୍ଧାର ହୋଇଥିଲା ବସ୍ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବସର ବେଗ ୪୦ରୁ ୫୦ କିଲୋମିଟର ଥିଲା । ଦୁର୍ଘଟଣା ହେବା ପରେ ବସ ଡ୍ରାଇଭର ମଧ୍ୟ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।