ଭୁବନେଶ୍ୱର: ଉତ୍ତରାଖଣ୍ଡରେ ଆସିଥିବା ପ୍ରଳୟରେ ଜଣେ ଓଡ଼ିଆ ପୁଅ ନିଖୋଜ ଥିବା ଥିବା ଜଣାପଡିଛି। ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ବାଂଶଡା ଥାନା ଅନ୍ତର୍ଗତ ଯଶୀପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ କୁଦକାନ୍ଥି ଗ୍ରାମର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସ, କୌଣସି ପତ୍ତା ମିଳୁନାହିଁ। ସେଠାରେ କ୍ରେନ୍ ଡ୍ରାଇଭର ଭାବେ କାମ କରୁଥିଲେ ନାଗାର୍ଜୁନ। ତେବେ ରବିବାର ଆସିଥିବା ପ୍ରଳୟ ପରେ ତାଙ୍କ ସହ କୌଣସି ଯୋଗା ଯୋଗ ହୋଇପାରୁନାହିଁ। ଏହାକୁ ନେଇ ପରିବାରବର୍ଗ ଚିନ୍ତିତ ହୋଇପଡ଼ିଛନ୍ତି। ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଅବଗତ ମଧ୍ୟ କରାଯାଇଛି। ଅନ୍ୟପଟେ ୩ ଦିନ ହେବ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଚମୋଲିର ତପୋବନ ଟନେଲରେ ନିଖୋଜ ହୋଇଥିବା ୩୦ରୁ ଅଧିକ ଲୋକଙ୍କୁ ଖୋଜାଖୋଜି ଚାଲିଛି। ଉଦ୍ଧାର କାର୍ଯ୍ୟରେ ୫ ଶହ ଯବାନ ଲାଗିଛନ୍ତି। ପ୍ରଶାସନର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୯୭ ଜଣ ନିଖୋଜ ଥିବା ବେଳେ ୨୬ ଜଣଙ୍କ ମୃତଦେହ ମିଳିଛି। ମାଟି ଓ ଆବର୍ଜନା ସଫା କରି ଶ୍ରମିକଙ୍କୁ ବାହାର କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚାଲିଛି।