ସାରା ରାଜ୍ୟରେ ଉତ୍କଳ ଦିବସ ସହ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ସ୍ଥିତ ରିଜର୍ଭ ପୋଲିସ ପଡିଆରେ ୯୦ ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ପୋଲିସ କର୍ମଚାରୀ ମାନଙ୍କୁ ନେଇଁ ରିଜର୍ଭ ପୋଲିସ ପଡିଆରେ ପ୍ୟାରେଡ ଅନୁଷ୍ଠିତ ହେଇଥିଲା l ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ ଏଥି ସହିତ 5 ଜଣ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା ଓ ଦୁଇ ଜଣ ପୋଲିସ କର୍ମଚାରୀ ଅବସର ନେଇଁ ଥିବା ବ୍ୟକ୍ତି ଙ୍କୁ ବି ପୁରସ୍କୃତ କରାଯାଇଥିଲା। ଅପରପକ୍ଷେ ସହରରେ ପୋଲିସର ସକ୍ରୀୟତା ଯୋଗୁଁ ଶାନ୍ତି ବଜାୟ ରହୁଥିବା ଏବଂ ସମାଜରେ ପୋଲିସର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥି ସହିତ ନବରଙ୍ଗପୁର ଜିଲ୍ଲା ବାସୀଙ୍କ ସହିତ ନବରଙ୍ଗପୁର ପୋଲିସ କର୍ମଚାରୀ ପରିବାର ଙ୍କୁ ଉତ୍କଳ ଦିବସ ସହ ପୋଲିସ ପ୍ରତିଷ୍ଠା ଦିବସ ର ଶୁଭେଚ୍ଛା ଜଣାଇଛନ୍ତି ଏସ. ପି l ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ,ସମେତ ବରିଷ୍ଠ ପୋଲିସ ବିଭାଗ ବିଭିନ୍ନ ଅଧିକାରୀ ମାନେ ଯୋଗ ଦେଇଥିଲେ