ସନାତନ ଧର୍ମ, ସଂସ୍କୃତି ପରମ୍ପରା ତଥା ଆଧ୍ୟାତ୍ମିକ ଭାବଧାରା ପ୍ରତି ଶ୍ରଦ୍ଧା ମନୋଭାବ ମଣିଷ ର ଚିତ୍ର ଚରିତ୍ର କୁ ବଦଳେଇ ଦେଇଥାଏ I କଥା ବାର୍ତ୍ତା ଚାଲି ଚଳଣ ସବୁ କିଛିରେ ପରିବର୍ତ୍ତନ ହୋଇଯାଏ I ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି I ସୋରଡ଼ା ଗଣିଛକରେ ରବିବାର ଅପରାହ୍ନ ରେ ଶ୍ରୀମଦ୍ଧ ଭାଗବତ ଗୀତା କୁ ଧରି ଗୈରିକ ପୋଷାକ ଧୋତି କୁର୍ତ୍ତା ପରିଧାନ କରି ଥିବା ଜଣେ 34 ବର୍ଷୀୟ ଯୁବକ ଭଞ୍ଜନଗର ର ଦାସ ଶିବ କୁମାର ଘରକୁ ଘର ବୁଲି ଗୀତା ଖଣ୍ଡିଏ କ୍ରୟ କରିବାକୁ କହୁଥିଲେ I ହଟାତ ତାଙ୍କର ଜଣେ କଲେଜ ବନ୍ଧୁ ଙ୍କ ସହ ତାଙ୍କର ସାକ୍ଷାତ ହୋଇଥିବା ଦେଖିବାକୁ ମିଳିଥିଲା I ସ୍ଥାନୀୟ ଗଣି ଛକ ରେ ଦୋକାନ କରିଥିବା ତାଙ୍କ ପୁରାତନ ବନ୍ଧୁଙ୍କୁ ଦେଖି କଲେଜ ସମୟ ର ସ୍ମୃତି ସାଉଁଟିଥିଲେ I ଇସ୍କନ ସହ ଜଡିତ ହୋଇ ସେ କିପରି ଜୀବନଚର୍ଯ୍ୟା ପରିବର୍ତ୍ତନ କରି ପାରିଛନ୍ତି ତାହା କହିଥିଲେ I 2013 ରେ ଭଞ୍ଜନଗର କେ ଏସ ୟୁ ବି ମହାବିଦ୍ୟାଳୟ ରେ ସ୍ନାତକ ସାରି ଭୁବନେଶ୍ୱର ପଳାଇଥିଲେ ପରେ ସେଠାରେ ଏକ ଶିକ୍ଷାନୁଷ୍ଠାନ ରେ ଏମ ବି ଏ ପାଠ୍ୟକ୍ରମ ରେ ନାମ ଲେଖାଇଥିଲେ I ସେଠାରେ 3 ବର୍ଷ ରହିବା ସମୟରେ ଦିନେ ସେଠାକାର ଇସ୍କନ ମନ୍ଦିର କୁ ବୁଲି ଯାଇଥିଲେ I ସେଠାକାର ଧାର୍ମିକ ବାତାବରଣ ତାଙ୍କୁ ଏତେ ଆକୃଷ୍ଟ କରିଥିଲା ଯେ ପ୍ରତିଦିନ ମନ୍ଦିର କୁ ଯାଇ ଆଳତୀ, କୀର୍ତ୍ତନ, ଭଜନ, ପୂଜା କାର୍ଯ୍ୟକ୍ରମ ରେ ଯୋଗ ଦେଲେ I ପ୍ରତି ରବିବାର ସେଠାରେ ହେଉଥିବା ସତସଙ୍ଘ ରେ ଯୋଗ ଦେଲେ I ନିଜ ମନରେ ଏତେ ପରିବର୍ତ୍ତନ ଆସିଲା ଯେ ନିଜକୁ ସେ ଭଗବାନ ଙ୍କ ପ୍ରଚାର, ଧର୍ମ ପ୍ରଚାର ରେ ନିୟୋଜିତ କରିଦେଲେ I ଇସ୍କନ ସହ ଜଡିତ ହୋଇଗଲେ l ଏବେ 3 ବର୍ଷ ହେଲା ସେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମିଶନ ଶକ୍ତି ବିଭାଗ ରେ କାର୍ଯ୍ୟରତ ରହି ମଧ୍ୟ ସମସ୍ତ ରବିବାର, ସରକାରୀ ଛୁଟି ଦିବସ ରେ ଭାଗବତ ଗୀତା ଧରି ଧର୍ମ ପ୍ରଚାର ରେ ବାହାରି ଯାଆନ୍ତି I ଭଞ୍ଜନଗର ବାଉଁଶଲୁଣ୍ଡି ସ୍ଥିତ ଇସ୍କନ ମନ୍ଦିର ରେ ତାଙ୍କର ଭକ୍ତ ଙ୍କ ସହ ମଧ୍ୟ ସତସଙ୍ଘ, ଭଜନ, କୀର୍ତ୍ତନ ଚାଲିଆସିଛି l ରବିବାର ସେ ସୋରଡ଼ା ତାଙ୍କ ଅନୁଗାମୀ ମାନଙ୍କ ସହ ଆସିଥିଲେ I ମନରେ ତିଳେ ମାତ୍ର ଗର୍ବ ନଥିବା ତଥା ହସ ହସ ମୁଖରେ ସେ ବୁଲୁଥିଲେ I ସମାଜ ରେ ଧର୍ମ ସଂସ୍କୃତି ଭାବଧାରା ରଖିବା, ଉତ୍ତମ ଭାଷା ବ୍ୟବହାର କରିବା, ଭଗବାନ ଙ୍କୁ ସ୍ମରଣ କରିବା, ଅନ୍ୟର ସେବା କରିବା, ହିନ୍ଦୁ ଧର୍ମ ର ନୀତି ନିୟମ ପାଳନ କରିବା ସହ ସମସ୍ତ ଙ୍କୁ ଶାନ୍ତି ବାର୍ତ୍ତା ପ୍ରଦାନ କରିବାକୁ ପ୍ରବର୍ତ୍ତାଇବା ହିଁ ଆମର ଦୈନନ୍ଦିନ କାର୍ଯ୍ୟଧାରା ବୋଲି କହିଥିଲେ l ନିଜର କର୍ମ କୁ ଧ୍ୟାନ ଦେବା ସହ ଧର୍ମ କୁ ମଧ୍ୟ ସନମାନ ଦିଅନ୍ତୁ l ଭାରତୀୟ ସଂସ୍କୃତି ମହାନ ଅଟେ ବୋଲି କହିଥିଲେ l