ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ସୁନ୍ଦରଗଡ଼ ଗସ୍ତ ରେ ଆସିଥିଲେ। ଏହି ଗସ୍ତ ସମୟ ରେ ସେ ଜିଲ୍ଲା ର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଏହି କ୍ରମ ରେ ମାନ୍ୟବର ମନ୍ତ୍ରୀ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ସମୟ ରେ ସେ ମହାବିଦ୍ୟାଳୟ ର ଅଧ୍ୟାପକ ଏବଂ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ଛାତ୍ରୀ ମାନେ ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ଙ୍କୁ ଅବଗତ କରେଇଥିଲେ । ପରେ ପରେ ମାନ୍ୟବର ମନ୍ତ୍ରୀ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ମାନ୍ୟବର ମନ୍ତ୍ରୀ ଙ୍କୁ ସ୍ଥାନୀୟ କଳାକାର ମାନେ ଗୀତ ବାଦ୍ୟ ନୃତ୍ୟ ମାଧ୍ୟମରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସର ରେ ସେ ସଂସ୍କୃତି ଭବନ ପ୍ରେକ୍ଷାଳୟ ଓ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଏବଂ କାର୍ଯ୍ୟାଳୟ ରେ କେତେ କର୍ମଚାରୀ ଅଛନ୍ତି ଆଉ କେତେ କର୍ମଚାରୀ ଅବସ୍ଥାପିତ ହୋଇନାହାନ୍ତି, କାର୍ଯ୍ୟାଳୟ ର ଅନ୍ୟାନ୍ୟ ସମସ୍ୟା ଆଦି ପଚାରି ବୁଝିଥିଲେ ଏବଂ ସେହିପରି ମାନ୍ୟବର ମନ୍ତ୍ରୀ ଜିଲ୍ଲା ପାଠାଗାର ମଧ୍ୟ ଯାଇଥିଲେ ଏବଂ ସେଠାକାର ପୁସ୍ତକ ଆଦି ଦେଖିବା ସହିତ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କ ସହିତ ପାଠାଗାର ସମ୍ପର୍କରେ ଆଲୋଚନା କରିଥିଲେ। ପରେ ପରେ ମାନ୍ୟବର ମନ୍ତ୍ରୀ ସ୍ପୋର୍ଟସ କମ୍ପ୍ଲେକ୍ସ ,ଭବାନୀପୁର ଏବଂ ଭବାନୀ ଭବନ ଷ୍ଟାଡିୟମ୍ ଗସ୍ତ କରିଥିଲେ । ଏହି ସମୟ ରେ ସେ ହକି, ଫୁଟବଲ, ତୀରନ୍ଦାଜ, ଭଲିବଲ୍, ବ୍ୟାଡମିଣ୍ଟନ,କରାଟେ ଆଦି ର ପ୍ରଶିକ୍ଷାର୍ଥୀ ଏବଂ ପ୍ରଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ନିଜ ନିଜ କ୍ଷେତ୍ରରେ ଥିବା ଅସୁବିଧା ଆଦି ସମ୍ପର୍କରେ ପଚାରି ବୁଝିଥିଲେ।