ପାଲେଷ୍ଟାଇନ ଓ ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ, ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଆସନ୍ତାକାଲି ଇସ୍ରାଏଲ ଗସ୍ତରେ ଯାଉଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ରାଷ୍ଟ୍ରପତିଙ୍କୁ ଇସ୍ରାଏଲ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ଫୋନ ଯୋଗେ ବାଇଡେନଙ୍କ ସହ ଆଲୋଚନା ବେଳେ ତାଙ୍କୁ ଇସ୍ରାଏଲ ଆସିବାକୁ କହିଥିଲେ ନେତାନ୍ୟାହୁ ।ଏହା ପରେ ଆସନ୍ତାକାଲି ବାଇଡେନ୍ ଇସ୍ରାଏଲ ଯିବେ ବୋଲି ଜଣାପଡ଼ିଛି । ଏହାରି ଭିତରେ ଇସ୍ରାଏଲ- ହମାସ ଯୁଦ୍ଧ ଆଜି ୧୧ ଦିନରେ ପହଞ୍ଚିଛି ।
ଗାଜାରେ ହମାସ୍ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଇସ୍ରାଏଲ ସେନା ଆକ୍ରଣଣ ପାଇଁ ପ୍ରସ୍ତୁତ ରହିଛି । ଏଥିପାଇଁ ନାଗରିକମାନଙ୍କୁ ଯୁଦ୍ଧକାଳୀନ ଭିତିରେ ଗାଜା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲକୁ କଡ଼ା ପରାମର୍ଶ ଦେଇଛନ୍ତି । କହିଛନ୍ତି, ଗାଜାକୁ ପୁନଃ ନିୟନ୍ତ୍ରଣ କରିବା ଇସ୍ରାଏଲ ପାଇଁ ବଡ଼ ଭୁଲ ହେବ । ହେଲେ ସେହି ଅଞ୍ଚଳରୁ ଆତଙ୍କବାଦକୁ ହଟାଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏଥିସହ ଇସ୍ରାଏଲ ଯୁଦ୍ଧର ନିୟମ ଅଧିନରେ କାର୍ୟ୍ୟ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ।