ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା । ରାଜ୍ୟପାଳଙ୍କୁ ଭୋଟି ଦେଇଛନ୍ତି ଇସ୍ତଫା ଦେବା ପରେ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି ରାଜ୍ୟପାଳ । କିଛି ସମୟ ପରେ ବିଜେପି ବିଧାୟକ ଙ୍କ ବୈଠକ । ହରିୟାଣରେ ନୂଆ ସରକାର ଗଠନ ସମ୍ଭାବନା । ଜେଜେପି କୁ ବାଦ ନେଇ ନୂଆ ସରକାର ଗଠନ କରିବା ବିଜେପି । ଲୋକସଭା ଆସନକୁ ନେଇ ଦୁଷ୍ୟନ୍ତ ଚୌଟାଲାଙ୍କ ନେତୃତ୍ବାଧୀନ ଦଳ ଜନନାୟକ ଜନତା ପାର୍ଟି (ଜେଜେପି) ସହ ବିବାଦ ଦେଖାଦେବା ପରେ ବିଜେପି ଏବେ ମେଣ୍ଟ ସରକାର ଭାଙ୍ଗିଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପିର ୪୧ ବିଧାୟକ ରହିଥିବା ବେଳେ କଂଗ୍ରେସର ୩୦ ଓ ଜେଜେପିର ୧୦ ବିଧାୟକ ଅଛନ୍ତି। ୭ ଜଣ ସ୍ୱାଧୀନ ହୋଇଥିବା ବେଳେ ଇଣ୍ଡିଆନ ନ୍ୟାସନାଲ ଲୋକଦଳ (ଆଇଏନଏଲଡି) ଏବଂ ହରିୟାଣା ଲୋକହିତ ପାର୍ଟି (ଏଚଏଲପି)ରୁ ଜଣେ ଲେଖାଏଁ ବିଧାୟକ ଅଛନ୍ତି।