ଏନ୍ଏନ୍ଏସ ଓଡିଆ, ଅହମ୍ମଦବାଦ : ସମୟର ଗତି ଭଳି, ମୃତ୍ୟୁ କେତେବେଳେ ଆସେ, ଆଉ କେତେବେଳେ ଯାଏ ଜଣାପଡିନଥାଏ । ଆଉ ଯେତେବେଳେ ବି ଆସେ ସେତେବେଳେ ଜୀବନ ନେଇକି ଯାଇଥାଏ । ଠିକ୍ ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜୁରାଟର ଅହମ୍ମଦବାଦରେ । ଗତକାଲି ବିଳମ୍ବିତ ରାତିରେ ଅହମ୍ମଦବାଦରେ ସର୍ଖେଜ ଗାନ୍ଧୀନଗର ହାୱେର ଇସ୍କନ ମନ୍ଦିରରେ ପାଖରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ପ୍ରଥମେ ଟ୍ରକ ସହ ଏକ କାର ମଧ୍ୟରେ ଦୁର୍ଘଟଣା ହୋଇଥିଲା । ଏହାକୁ ଦେଖିବା ପାଇଁ ଘଟଣାସ୍ଥଳରେ ଗହଳି ହୋଇଥିଲା । ଖବର ପାଇ ପୋଲିସ ମଧ୍ୟ ପହଞ୍ôଚଥିଲା । ଠିକ୍ ସେହି ସହି ସମୟରେ ସେହି ବାଟରେ ଦ୍ରୁତ ଗତିରେ ଆସୁଥିବା ଏକ ଜାଗୁଆର କାର୍ ସେମାନଙ୍କ ଉପରେ ମାଡି ଯାଇଥିଲା । ଆଉ ଆଖି ପିଛୁଳାକେ ଚାଲିଗଲା ୯ ଜୀବନ ।
ସୂଚନା ଅନୁସାରେ, ଅହମଦାବାଦ-ସରଖେଜ୍-ଗାନ୍ଧୀନଗର (ଏସ୍ଜି) ରାଜପଥ ଉପରେ ପୂର୍ବରୁ ହୋଇଥିବା ଗୋଟାଏ ଟ୍ରକ୍ ଓ କାର୍ ଦୁର୍ଘଟଣା ଦେଖିବା ଲାଗି ଗହଳି କରିଥିବା ଲୋକଙ୍କ ଉପରକୁ ରାଜପଥ କ୍ଲବ୍ ଆଡୁ ଅତି ଦ୍ରୁତ ବେଗରେ ଆସୁଥିବା ଆଉ ଗୋଟାଏ ‘ଜାଗୁଆର୍’ କାର୍ ମାଡ଼ି ଯିବାରୁ ଘଟଣା ସ୍ଥଳରେ ଅନ୍ୟୂନ ୬/୭ଜଣଙ୍କର ମୃତ୍ୟୁ ଘଟିଲା। ଧକ୍କା ଏଡ଼େ ପ୍ରଚଣ୍ଡ ଥିଲା ଯେ, କିଛି ଲୋକ ୨୫ରୁ ୩୦ ଫୁଟ୍ ଦୂରକୁ ଛିଟିକି ପଡ଼ିଥିଲେ।ଚିକିତ୍ସା ନିମନ୍ତେ ଆହତମାନଙ୍କୁ ତୁରନ୍ତ ଆସର୍ୱା ସିଭିଲ୍ ହସ୍ପିଟାଲ୍କୁ ନିଆଯାଇଛି। ଆହତ ଜାଗୁଆର୍ କାର୍ ଚଳାଉଥିବା ବ୍ୟକ୍ତିଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।