ବିମାନବନ୍ଦରରେ ମୁତୟନ ଥିବା ସୁରକ୍ଷା କର୍ମୀମାନେ ରାତି ପ୍ରାୟ ଅଢ଼େଇଟା ବେଳେ ଏହି ଅଜଣା ବସ୍ତୁକୁ ଦେଖି ସତର୍କ ସୂଚନା ଜାରି କରିଥିଲେ
ମଣିପୁରର ରାଜଧାନୀ ଇମ୍ଫାସ୍ଥିତ ବୀର ଟିକେନ୍ଦ୍ରଜିତ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ଦିନ ଏକ ଅଜଣା ବସ୍ତୁ ଆକାଶରେ ଘୁରି ବୁଲୁଥିବାର ଦୃଶ୍ୟ ଦେଖିବା ପରେ ବିମାନ ଚଳାଚଳରେ ବାଧା ଉପୁଜିଛି।
ବିମାନ ବନ୍ଦର ଉପରେ ଅଜଣା ବସ୍ତୁ ଦେଖାୟିବାରୁ ଅପରାହ୍ନ 2ଟା 30ରୁ 5ଟା 50 ପର୍ୟ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିଥିଲା। ଏହି ସମୟ ମଧ୍ୟରେ ଇମ୍ଫାରୁ ଛାଡ଼ୁଥିବା ତିନିଟି ବିମାନରେ ବିଳମ୍ବ ହୋଇଥିଲା ଏବଂ ଦୁଇଟି ବିମାନର ଗତିପଥ ପରିବର୍ତ୍ତନ କରାୟାଇଥିଲା ବୋଲି ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି।
ଇମ୍ଫାଲରୁ ବାହାରିବାକୁ ଥିବା ଏହି ତିନୋଟି ବିମାନ ଅଗରତାଲା, ଗୌହାଟୀ ଓ କୋଲକାତା ପାଇଁ ଉଦ୍ଦିଷ୍ଟ ଥିଲା। ସେହି ତିନୋଟି ବିମାନର ପାଖାପାଖି 500 ଯାତ୍ରୀ ତିନି ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିଲେ। ନୂଆଦିଲ୍ଲୀରୁ ଇମ୍ଫାଲ ଯାଉଥିବା ଗୋଟିଏ ବିମାନକୁ କୋଲକାତାକୁ ଡାଇଭର୍ଟ କରାୟାଇଥିବା ବେଳେ ଗୌହାଟୀରୁ ଆସୁଥିବା ଅନ୍ୟ ଏକ ବିମାନରେ ତିନି ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଥିଲା।