ଆଲ୍ଲାହା ସେ ହୈ ଗୁଜାରିସ
ପୁରି କରନା ମେରେ ଅପନୋକି ଖ୍ବlଇସ
ଜସବାତୋସେ ଭରା ମୁଲକ ମେରା
ସଭିକୋ ଶିଖା କ୍ୟା ଟେରା କ୍ୟା ମେରା
ଇଦ ମୁବାରକ
ଅନେକତା ମଧ୍ୟରେ ଏକତା ଓ ଭାଇଚାରାର ପର୍ବ ଇଦ। ମୁସଲମାଳ ମାନଙ୍କର ପବିତ୍ର ବକ୍ରିଇଦ ବା ଇଦଯୁହା ପର୍ବକୁ ଛୋଟ ବଡ ଧନୀ ଗରିବ ନିର୍ବିଶେଷରେ ସମସ୍ତେ ପାଳନ କରିଥାନ୍ତି । ଏହି ଦିନ ମୁସଲମାନ ମାନେ ପଶୁଙ୍କୁ କୁର୍ବାନୀ କରିଥାନ୍ତି । ଶହଶହ ବର୍ଷ ପୂର୍ବେ ଇସଲାମ ଧର୍ମର ପ୍ରବର୍ତ୍ତକ ପେଗମ୍ବର ହଜରତ ମହମ୍ମଦ ନାମକ ଜଣେ ମହାପୁରୁଷଙ୍କୁ ଆଲ୍ଲାଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କର ଏକମାତ୍ର ପୁଅ ଇସମାଇଲଙ୍କୁ କୁର୍ବାନୀ ଦେବାକୁ କୁହାଯାଇଥିଲା । ଏବଂ ମହମ୍ମଦ ତାଙ୍କର ପ୍ରିୟ ପୁତ୍ରଙ୍କୁ କୁର୍ବାନୀ ଦେବାକୁ ପଚାଇ ନଥିଲେ । କିନ୍ତୁ ଆଲ୍ଲା ମହମ୍ମଦଙ୍କୁ ପରୀକ୍ଷା କରୁଥିବା କହି ପୁତ୍ରର ବଦଳରେ ବକରୀ ବା ଛେଳୀର କୁର୍ବାନୀ ନେଇଥିଲେ । ସେବେଠୁ ମୁସଲମାନ ଭକ୍ତମାନେ ଆଲ୍ଲାଙ୍କ ନିକଟରେ କୁର୍ବାନୀ କରିଥାନ୍ତି । ଏହି ଦିନ ଗରିବ ଲୋକ ମାନଙ୍କୁ ଦାନ କରିଥାନ୍ତି । ମସଜିଦ ଓ ଇଦଗାହାରେ ନମାଜ ପାଠ କରିଥାନ୍ତି । ହେଲେ ମହାମାରୀ କରୋନା ଯୋଗୁ ଦୁଇବବର୍ଷ ହେଲା ସମସ୍ତ ଇଦଗାହା ଓ ମସଜିଦରେ ସମୁହ ନମାଜପାଠ ବନ୍ଦ ହୋଇଯାଇଛି । କେବଳ ମସଜିଦରେ ସାହି ବସ୍ତିର ମୁରବିମାନେ ୪-୫ ଜଣ ନମାଜ ପାଠ କରିଥିବାବେଳେ ସମସ୍ତେ ନିଜନିଜ ଘରେ ନମାଜପାଠ କରି ଇଦ ଉଲଜୁହା ପାଳନ କରିଛନ୍ତି ।
#EidAdhaMubarak #NNSODIA