ଏନ୍ଏନ୍ଏସ ଓଡିଆ, ପାଟଣା; ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ବିହାର ପାଟଣାରୁ ରାଜଧାନୀ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନକୁ ଯାନ୍ତ୍ରିକ ତ୍ରୁଟି ପାଇଁ ଜରୁରୀ ଅବତରଣ କରାଯାଇଛି । ଉଡାଣ ଭରିବାର ମାତ୍ର ୩ମିନିଟ୍ ପରେ ଲ୍ୟାଣ୍ଡିଂ କରିଦେଇଛନ୍ତି ପାଇଲଟ୍ । ଶୁକ୍ରବାର ସକାଳୁ ଇଣ୍ଡିଗୋ ବିମାନ-୬ଇ ୨୪୩୩ ପାଟଣାରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା । ସୁଚନା ଅନୁସାରେ, ଆଜି ସକାଳୁ ଫ୍ଲାଇଟ୍ ବିହାର ଜୟ ପ୍ରକାଶ ଏୟାରପୋର୍ଟରୁ ୧୮୧ଜଣ ଯାତ୍ରୀଙ୍କୁ ଧରି ଦିଲ୍ଲୀ ଉଡାଣ ଭରିଥିଲା ।ପ୍ଲେନକୁ ନିର୍ଦ୍ଧାରିତ ସମୟରେ ପହଞ୍ଚôବାରେ ଥିଲା । ହେଲେ ଏୟାରପୋର୍ଟରୁ ଉଡାଣ ଭରିବାର ମାତ୍ର ୩ ମିନିଟ୍ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜାଣିପାରିଥିଲେ ପାଇଲଟ୍ । ଗୋଟିଏ ଇଞ୍ଜିନ ଖରାପ ଥିବା ସିଗନାଲ ମିଳିଥିଲା । ଇଞ୍ଜିନ ଖରାପ ଥିବା ପାଇଲଟ ଜାଣିବା ପରେ ବିମାନକୁ ମାତ୍ର ୧୩ ମିନିଟରେ ପାଟଣା ବିମାନବନ୍ଦରରେ ତତ୍କାଳ ଲ୍ୟାଣ୍ଡିଂ କରାଇଥିଲେ । ଏବେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଛି ।ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଟେକ୍-ଅପର ମାତ୍ର ତିନି ମିନିଟ୍ ପରେ ଗୋଟଏ ଇଞ୍ଜିନ ଅଚାନକ ଖରାପ ହୋଇଯାଇଥିଲା । ଏହା ପରେ ସମସ୍ତ ୧୮୧ ଯାତ୍ରୀଙ୍କୁ ସୁରକ୍ଷିତ ବିମାନରୁ ଓହ୍ଲାଇ ଦିଆଯାଇଛି । ଏହା ସହିତ ଦିଲ୍ଲା ଯିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ।