ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡିରେ ହାଜର ହେବେନି,ଏକ ରୋଡ୍ ଶୋରେ ଯୋଗଦେବେ । ମଦ ନୀତି ମାମଲାରେ ସମନ୍ ପଠାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏ ମାମଲା ଉପରେ ଆଜି ନିଜର ବିବୃତ୍ତି ରଖିଥାନ୍ତେ କେଜ୍ରିୱାଲ୍। ଦିନ 11ଟା ବେଳେ ହାଜର ହେବାକୁ ସମନ ପଠାଇଥିଲା ଇଡି। , କେଜ୍ରିୱାଲ ଆଜି ଇଡି କାର୍ଯ୍ୟାଳୟ ନଯାଇ ଏକ ରୋଡ୍ ଶୋରେ ଯୋଗଦେବେ।
ଆଗକୁ ମଧ୍ୟ ପ୍ରଦେଶ ନିର୍ବାଚନ ଥିବାରୁ ସେ ସେଠାକୁ ପ୍ରଚାର ପାଇଁ ଯିବେ। ଏହା ପୂର୍ବରୁ ସେ ଇଡିକୁ ଚିଠି ଲେଖି ତାଙ୍କୁ ନୋଟିସ୍ ପଠାଇବାକୁ ବେଆଇନ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଥିଲେ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସାଂସଦ ସଂଜୟ ସି ଇଡି ଜାଲରେ ଫଶିସାରିଛନ୍ତି । ୨୦୨୦ ନଭେମ୍ବର ୧୭ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ କରାଯାଇଥିଲା । ତେବେ ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ପାଇଁ ଆଇନର ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଗତବର୍ଷ ଅଗଷ୍ଟରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ କିଛି ଆପ ନେତାଙ୍କ ଘରେ ଚଢାଉ ହୋଇଥିଲା । ଚଳିତବର୍ଷ ଫେବୃଆରୀରେ ଗିରଫ ହୋଇଥିଲେ ମନୀଷ ସିସୋଦିଆ । ସେହିପରି ଆପ୍ ସଂସଦ ସଂଜୟ ସିଂ ମଧ୍ୟ ଏହି ମାମଲାରେ ଗିରଫ ହୋଇସାରିଛନ୍ତି । ୩୩୮କୋଟି ଟଙ୍କାର ଅବକାରୀ ଦୁର୍ନୀତି ହୋଇଥିବା କହିଛି ଇଡି ।