ବ୍ୟୁରୋ: ଆହୁରି ୧୫ ଦିନ ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଗିରଫ କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ହାଜର ପରେ କେଜ୍ରିଓ୍ବାଲଙ୍କ ହେପାଜତ ଅବଧି ମଧ୍ୟ ବଢ଼ାଇ ଦିଆଯାଇଛି । ସୂଚନା ଅନୁସାରେ କେଜ୍ରିବାଲ କାଳେ ପଚରାଉଚରାରେ ସହଯୋଗ କରୁନଥିବା ଦାବି କରିଥିଲା ଇଡି । ଯେଉଁଥି ପାଇଁ ଇଡି ଆହୁରି ୧୫ଦିନ ହେପାଜତରେ ନେବାକୁ କୋର୍ଟକୁ ଅନୁରୋଧ କରିଥିଲା । ଏହା ପରେ କୋର୍ଟ ଇଡିର ଅନୁରୋଧ ରଖି କେଜ୍ରିୱାଲଙ୍କୁ ଆହୁରି ୧୫ଦିନ ଯାଏ ନ୍ୟାୟିକ ହେପାଜତକୁ ପଠାଇଥିବା ଜଣାପଡିଛି । ଯଦିଓ ଗତ ଶୁଣାଣିରେ କେଜ୍ରିୱାଲ କହିଥିଲେ ଯେ, “ମୁଁ ଇଡିର ରିମାଣ୍ଡ ପିଟିସନକୁ ବିରୋଧ କରୁନାହିଁ। ଇଡି ଯେତେ ଦିନ ଚାହିଁବ ଜେଲରେ ରଖିପାରିବ। କିନ୍ତୁ ଅନୁସନ୍ଧାନକାରୀ ସଂସ୍ଥା ଜାଣିଶୁଣି ମୋତେ ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲା ଫାନ୍ଦରେ ପକାଇବାକୁ ଚେଷ୍ଟା କରୁଛି। ଖାଲି ସେତିକି ନୁହେଁ ଇଡିର ରହିଛି କାଳେ ଦୁଇଟି ଉଦ୍ଦେଶ୍ୟ । ଗୋଟିଏ ହେଉଛି ଆପକୁ ଭାଙ୍ଗିବା ଏବଂ ଦ୍ୱିତୀୟଟି ହେଉଛି ୨୦୨୪ ନିର୍ବାଚନରେ ପ୍ରଚାରକୁ ନଓହ୍ଲାଇ ଦେବା ପାଇଁ ଏହା ଏକ ପ୍ରକାର ଯୋଜନା ।