<h3>ଭୁବନେଶ୍ୱର, ୦୧/୦୫/୨୪: ଗତକାଲି ଭଳି ଆଜିବି ଅସହ୍ୟ କରୁଛି ତାତି, ଆହୁରି ପାଞ୍ଚଦିନ ଏମିତି ଜାଳିବ ପୋଡିବ । ତେବେ ୭ ତାରିଖ ବେଳକୁ କାଳବୈଶାଖୀର ପ୍ରଭାବରେ ପୂରା ରାଜ୍ୟରେ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲ୍ସିୟସ ହ୍ରାସ ପାଇବାର ସମ୍ଭାବନା ରହିଛି । ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ଦୁଇ ଦିନ ପାଇଁ ଟ୍ୱିଟ୍ ସିଟି- ଭୁବନେଶ୍ୱର, କଟକ ସମେତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ବୌଦ୍ଧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆଉ କିଛି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨ ତାରିଖ ପରେ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରି ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ଉଷ୍ମତା ଅନୁଭୂତ ହେବ । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେଣୁ ବିନା କାରଣରେ ଘରୁ ବାହାରକୁ ଯାଆନ୍ତୁ ନାହିଁ । ନିହାତି ଆବଶ୍ୟକ ପଡିଲେ ସାଙ୍ଗରେ ଛତା, କଳା ଚଷମା, ଏବଂ ପାଣି ବୋତଲ ନେବା ନିହାତି ଜରୁରୀ ।</h3> <h3></h3>