<h3>ରାଜ୍ୟରେ ଜାରି ରହିଛି ଭୀଷଣ ଗ୍ରୀଷ୍ମପ୍ରବାହ । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ଖରା ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ରାଜ୍ୟରେ ପ୍ରାକ ମୌସୁମୀ ବର୍ଷା ବଦଳରେ ବହୁଛି ଝାଞ୍ଜି ପବନ ।ଜୁନ ମାସ ଅଧା ସରିଥିଲେ ମଧ୍ୟ ମୌସୁମୀର ଦେଖା ମିଳୁନି । ଦକ୍ଷିଣ ଓଡିଶାରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ଆଗକୁ ବଢିବାର ନାଁ ନେଉନି ।ଯାହାଫଳରେ ଗରମ ଗୁଳୁଗୁଳିରେ ସିଝୁଛନ୍ତି ରାଜ୍ୟବାସୀ ।ତେବେ ଆହୁରି ଦୁଇଦିନ ଉପକୂଳ ଓଡିଶାରେ ଗରମ ସାଙ୍ଗକୁ ଗୁଳୁଗୁଳି ବଢିବା ନେଇ ସୂଚନା ମିଳିଛି ।ଆଜି ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତିରେ ଗୁଳୁଗୁଳି ନେଇ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଅନ୍ୟପଟେ ୨୦ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ପାଇଁ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିପାରେ । ଆଗାମୀ ଦୁଇଦିନ ବର୍ଷାର ସମ୍ଭାବନା ରହିଲେ ମଧ୍ୟ ଗୁଳୁଗୁଳି ଲାଗି ରହିବ । ଏଥିସହ ଆଗାମୀ ତିନି ଦିନ ମଧ୍ୟରେ ମୌସୁମୀ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି ।ଜୁନ ମାସରେ ମୌସୁମୀ ନିଖୋଜ ହୋଇ ଯାଇଥିବାବେଳେ ଜୁନ ଶେଷ ସପ୍ତାହ ଆଡକୁ ପୁନଃସକ୍ରିୟ ହେବାର ସମ୍ଭାବନା ରହିଛି । ମୌସୁମୀ ଆଗକୁ ବଢିବା ସହ ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ପୁରା ଦେଶରେ ବର୍ଷା ହେବାର ସମ୍ଭାବନା ରହିଛି ।</h3>