ଭାରତବର୍ଷ ସାରା ବହୁତ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଲୋକମାନେ ତାଙ୍କ ସପରିବାର ସହ ବହୁ ତୀର୍ଥ ସ୍ଥାନକୁ ଯିବା ସହ ବହୁ ପୁଜାପାଠ ମଧ୍ୟ କରିଥାନ୍ତି । ସେହି ତୀର୍ଥ ସ୍ଥାନ ମାନଙ୍କ ମଧ୍ୟରୁ ପୁରୀର ଜଗନ୍ନାଥ ଧାମ ଅନ୍ୟତମ । ପୁରାଣରେ ବର୍ଣ୍ଣିତ ଅଛି ପୁରା ବିଶ୍ୱରେ ଚାରି ଧାମରୁ ପୁରୀ ଅନ୍ୟତମ । ପୁରୀରେ ହେଉଥିବା ରଥଯାତ୍ରା ବିଷୟରେ କହିଲେ ସରିବନି । ସ୍ୱଂୟ ଜଗନ୍ନାଥ ବଡ ଦେଉଳରୁ ବାହାରି ଭକ୍ତ ମାନଙ୍କୁ ଦର୍ଶନ ଦେବା ସହ ଭକ୍ତମାନଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଏହି ରଥଯାତ୍ରାକୁ ଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ । କାରଣ ଜଗନ୍ନାଥ ତାଙ୍କ ଭଉଣୀ ସୁଭଦ୍ରା ଆଉ ବଡଭାଇ ବଳରାମଙ୍କ ସହ ବଡ ଦେଉଳରୁ ବାହାରି ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରିଥାନ୍ତି । ଏହି ରଥଯାତ୍ରାରେ ବିଶେଷ କରି ଜଗନ୍ନାଥ ତାଙ୍କ ଭାଇ ଭଉଣୀ ସହିତ ରଥରେ ଯାତ୍ରା କରିଥାନ୍ତି । ଏହିି ରଥଯାତ୍ରାର ନିର୍ମାଣ କିପରି କରାଯାଉଛି ତାହାର କିଛି ଝଲକ ଆମେ ଆପଣଙ୍କୁ ଦେଖାଇବୁ । ଅକ୍ଷୟ ତୃତୀୟା ପୂର୍ବରୁ ଏହି ରଥ ନିର୍ମାଣ କାମ ଆରମ୍ଭ କରାଯାଇଥାଏ । ରଥର ସବୁ ସାମଗ୍ରୀକୁ ଆଣି ମନ୍ଦିର ପାଖରେ ଠିଆ ରଥଖଳାରେ ରଖାଯାଇଥାଏ । ଏହି ରଥସବୁ ନିମ ଗଛରୁ ତିଆରି ହୋଇଥାଏ । ଯାହାକି ପୁରୀରେ ଥିବା ଜଗନ୍ନାଥଙ୍କ ମହାରଥୀ ଦଳ ଗଛ ମାନଙ୍କରୁ ଠାବ କରିଥାନ୍ତି । ଏହି ଗଛ ଓଡିଶାର ଦଶପଲ୍ଲା ଜିଲ୍ଲାରୁ ଅଣାଯାଇଥାଏ । ସର୍ବପ୍ରଥମେ ଦଶପଲ୍ଲାରେ ଥିବା ଗ୍ରାମ ଦେବତା ମନ୍ଦିରରେ ପୂଜା କରାଯାଇଥାଏ । ତାପରେ ମହାରଥୀ ମାନଙ୍କ ନିର୍ଦ୍ଦେଶ ଅନୁସାରେ ଗଛ ସବୁକୁ କଟାଯାଇଥାଏ । ସେହି ଗଛମାନଙ୍କୁ ଆଣି ରଥ ଖଳାରେ ରଖି ଭଗବାନ ମାନଙ୍କ ପାଇଁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ବିଶ୍ୱନିୟନ୍ତା ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଏବେ ଚଳଚଞ୍ଚଳ ରହିଛି । ଏବଂ ବିଧି ପରମ୍ପରା ମୁତାବକ ଯାହା କାର୍ଯ୍ୟ ଏବଂ ରଥ ସହିତ ମୁତାବକ କାର୍ଯ୍ୟ ମଧ୍ୟ ବେଶ୍ ଦ୍ରୁତଗତିରେ ଆଗେଇ ଚାଲିଛି ।