ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୬.୦୨): ମହାଶିବରାତ୍ରୀକୁ ଆଉ ମଝିରେ ଗୋଟେ ଦିନ ବାକି। ଏହି ଦିନ ଭଗବାନ ଶିବଶଙ୍କରଙ୍କୁ ପୂଜାର୍ଚ୍ଚନା କରିବାର ଅନେକ ବିଧି ରହିଛି। ମାନ୍ୟତା ଅନୁଯାୟୀ, ଏହିଦିନ ଶିବଶଙ୍କରଙ୍କୁ ପୂଜା କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।
ବେଲପତ୍ର ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ। ଜାଣନ୍ତୁ ଶିବଶଙ୍କରଙ୍କୁ ବେଲପତ୍ର ଅର୍ପଣ କରିବା ସମୟରେ କେଉଁ ନିୟମର ପାଳନ କରିବେ ଓ କେଉଁ ଦିଗ ପ୍ରତି ଧ୍ୟାନ ଦେବେ ଜାଣନ୍ତୁ ।
ଶିବଲିଙ୍ଗରେ ସର୍ବଦା ୩ ପତ୍ର ବିଶିଷ୍ଟ ବା ତ୍ରିଶାଖା ବେଲପତ୍ର ଅର୍ପଣ କରନ୍ତୁ।
ବେଲପତ୍ର ଫାଟି ନଥିବ ସେଥିପ୍ରତି ଧ୍ୟାନ ଦେବେ।
ବେଲପତ୍ର ଅର୍ପଣ ସମୟରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ।
ବେଲପତ୍ର ଅର୍ପଣ କରିବା ପରେ ଭଗବାନଙ୍କ ନିକଟରେ ଜଳ ନିଶ୍ଚୟ ଅର୍ପଣ କରନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।
ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିବା ସମୟରେ ବେଲପତ୍ରର ଚିକ୍କଣ ଅଂଶ ଥିବା ପଟ ହିଁ ପ୍ରଭୁଙ୍କୁ ଅର୍ପଣ କରିବେ।
ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିବା ସମୟରେ ଅନାମିକା, ମଧ୍ୟମା ଓ ବୁଢା ଆଙ୍ଗୁଠିର ପ୍ରୟୋଗ କରନ୍ତୁ।