ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା ଦାନା । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ବାତ୍ୟାରେ ରୂପ ନେଇଛି । ଏହା ଏବେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଉପକୂଳକୁ ମାଡି ଆସୁଛି । ଜଗତସିଂହପୁର ଜିଲ୍ଲା ଉପକୂଳବର୍ତ୍ତୀ ଅଞ୍ଚଳ, ଲୋକମାନଙ୍କରେ ଭୟ ଦେଖିବାକୁ ମିଳିଛି। ସମ୍ଭାବ୍ୟ ବାତ୍ୟା ଦାନକୁ ନେଇ ଏରସମା ବ୍ଳକର ଶିଆଳି, ଆମ୍ବିକି ପଦ୍ମପୁର, ଗଡବିଶୁନପୁରୁ, ଗଡହରସିପୁରୁ ଜପା, ସମୁଦ୍ରକୂଳିଆ ଅଞ୍ଚଳରେ ବିଶେଷ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ଅନ୍ୟପଟେ ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେଲାଣି, ଏବଂ କାଲି ସୁଧା ବାତ୍ୟା ଭୀଷଣ ରୃପ ନେବ ।