<h3>ମାଲକାନଗିରି ନିର୍ବାଚନ ମଣ୍ଡଳୀର ଏମପିଭି-୮୨ ଠାରେ ବିଜେପିର ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହି କାର୍ୟ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀ ହେମିନ୍ତ ବିଶ୍ୱଶର୍ମା ଯୋଗ ଦେଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। ରାଜ୍ୟ ସରକାର ବଙ୍ଗୀୟ ଭାଇଭଉଣୀ ମାନଙ୍କ ପାଇଁ ୨୫ ବର୍ଷ ରେ କିଛି କରିପାରିଲେ ନାହିଁ।ବିଜେପିର ଡବଲ ଇଞ୍ଜିନ ସରକାର ଆସିଲେ ସମସ୍ତ ବଙ୍ଗାଳି ଗ୍ରାମକୁ ରାଜସ୍ୱ ଗ୍ରାମ କରିବା ସହ ସମସ୍ତ ସ୍କୁଲରେ ବଙ୍ଗୀୟ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏଥିସହ ଧାନର ଏମଏସପି ୨୧୦୦ ବଦଳରେ ୩୧୦୦ ଟଙ୍କା କରାଯିବ।ବିଧବା ମହିଳାଙ୍କୁ ୩ ହଜାର ପେନସନ ଦିଆଯିବ।ସୁଭଦ୍ରା ଯୋଜନାରେ ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କା ଫିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ।ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢ଼େ ଚାରି କୋଟି ଲୋକଙ୍କ ପାଇଁ କିଛି କରିନାହାନ୍ତି, ବରଂ ସେ କେବଳ ପାଣ୍ଡିଆନଙ୍କ ପାଇଁ ସବୁ କରିଛନ୍ତି ବୋଲି କହିଥିଲେ।ପୁଣି ବଙ୍ଗୀୟ ଗ୍ରାମ ଗୁଡିକ ଏମଭି ଓ ଏମପିଭି ସହ ନମ୍ବର ଦିଆଯାଇଛି।ନମ୍ବର କୈଦିମାନଙ୍କୁ ଦିଆଯାଏ।ଏମାନେ କଣ କୈଦି କି ବୋଲି ପ୍ରଶ୍ନ କରିଥିଲେଆସାମମୁଖ୍ୟମନ୍ତ୍ରୀ।ପରେ ସେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାଥିଲି ଠାରେ ମଧ୍ୟ ଭୋଟର ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଗୋଟିଏ ଜାଗାରେ ବଙ୍ଗୀୟ ଭୋଟରଙ୍କୁ ପ୍ରଭାବିତ କରିଥିବା ବେଳେ ଆଉ ଏକ ସ୍ଥାନରେ ଆଦିବାସୀ ଭୋଟରଙ୍କୁ ପ୍ରଭାବିତ କରିଥିଲେ।ଏହି ଦୁଇ କାର୍ୟ୍ୟକ୍ରମରେ ଜିଲ୍ଲା ସଭାପତି ନିମାଇଁ ପାଲ ପ୍ରମୁଖ ଉପସ୍ଥିତ ଥିଲେ।ମାଲକାନଗିରି ରୁ ଆବ୍ରାହମ କୁମାର ସେନାପତି</h3>