ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୮.୦୨): ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା । କେମିତି ହେବ ପରୀକ୍ଷା ।ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । କାରଣ ରାଜଧାନୀରେ ଧାରଣାରେ ବସିଛନ୍ତି ଅଧ୍ୟାପକ ମାନେ । ଅସହଯୋଗ ପାଇଁ ଅଧ୍ୟାପକଙ୍କ ଚେତାବନୀ । 662 ବର୍ଗ ଅଧିନରେ ଅଧିକାଂଶ ପରୀକ୍ଷା କେନ୍ଦ୍ର ରହିଛି । ପରୀକ୍ଷା ପରିଚାଳନା ପାଇଁ କେଉଁଠୁ ଆସିବେ କର୍ମଚାରୀ ତାହା ଏବେ ବଡ଼ ପ୍ରଶ୍ନ । ସେପଟେ ଆଜି ନିଜର ଦାବି ନେଇ ବିଭାଗୀୟ ସଚିବଙ୍କ ସହ ହେବ ଆଲୋଚନା କରିବେ ଅଧ୍ୟାପକ ସଂଘ । ବୈଠକରେ କିଛି ନିଷ୍କର୍ସ ବାହାରବ ନାହିଁ ତାହା ଉପରେ ସମସ୍ତଙ୍କ ନଜର । ଆସନ୍ତାକାଲିଠାରୁ ପରୀକ୍ଷା ଥିବାରୁ ସମସ୍ତେ ଚିନ୍ତାରେ। କେମିତି ହେବ ପରୀକ୍ଷା କଣ ନିଷ୍କର୍ସ ବାହାରିବ ତାହା ଅପେକ୍ଷାରେ ଛାତ୍ରଛାତ୍ରୀ ଓ ଅଭିଭାବକ।