ଭୁବନେଶ୍ୱର: କଂଗ୍ରେସ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି । ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି ଦଳ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କାଲିର ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆହ୍ୱାନ କରିଛନ୍ତି । ଆମ୍ବୁଲାନ୍ସ, ଜରୁରୀ ସେବାରେ ନିୟୋଜିତ ଥିବା ଯାନବାହାନ, ଔଷଧ ଦୋକାନ, ଅତିଆବଶ୍ୟକ ସେବାରେ ଥିବା ଗାଡ଼ିକୁ ଏଥିରୁ ବାଦ୍ ଦିଆଯିବ ବୋଲି ସୂଚନା ରହିଛି। ସାଧାରଣଲୋକଙ୍କୁ ଯେପରି ଅସୁବିଧା ହେବନି ତାଉପରେ ଧ୍ୟାନ ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି। ପେଟ୍ରୋଲ ଓ ଡିଜେଲ୍, ଏଲପିଜି ଗ୍ୟାସର ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ।