ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୯.୦୨): ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହାମହିମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଜି କାର୍କେଡ଼ ରିହରସଲ କରାଯାଇଛି । ବ୍ଲୁ ବୁକ୍ ଗାଇଡ଼ଲାଇନ ଅନୁସାରେ ୩୦ଟି କାର କାର୍କେଡରେ ସାମିଲ ହେବ । ପ୍ରଥମେ ୱାରନିଙ୍ଗ କାର ଯିବ । ଏହା ପଛେପଛେ ପାଇଲଟ କାର ଯିବ। ପ୍ରଥମେ ଏହିଭଳି ୫ ଟି ଗାଡି ଯିବା ପରେ ଷଷ୍ଠ ଗାଡିଟି ରାସ୍ତାକୁ କ୍ଲିଅର କରିବ। ଯାହାକୁ କ୍ଲିଅରିଂ କାର କୁହାଯାଏ । ତା ପଛକୁ ଜାମର ଗାଡି ବା ଟେକ୍ନୋ କାର ଯିବ ।
ଏହି ଗାଡି ଯିବା ମାତ୍ରେ ୩ ଶହ ମିଟର ପରିଧି ଭିତରେ ସମସ୍ତ ଟାୱାର ଅକାମୀ ହୋଇଯିବ । ପଛକୁ ପଛ ଭିଭିଆଇପିଙ୍କ କାର ରହିବ । ଏହା ପଛକୁ ଏସ୍କର୍ଟ ୧ରେ ରାଷ୍ଟ୍ରପତିଙ୍କ ନିଜସ୍ୱ ସୁରକ୍ଷା କର୍ମୀ ରହିବେ । ଏସ୍କର୍ଟ ୨ ରେ ଓଡିଶା ପୋଲିସର ଏକ୍ସପର୍ଟ ଅଫିସର ରହିବେ। ତା ପଛରେ ରାଷ୍ଟ୍ରପତି ଙ୍କ ଅଫିସିଆଲ ରହିବେ। ଶେଷରେ ଫାୟାର ଓ ଆମ୍ବୁଲାନ୍ସ ରହିବ । ମୋଟ ୪୦ ପ୍ଲାଟୁନ ପୋଲିସ ସୁରକ୍ଷା ଦାୟିତ୍ୱରେ ରହିବେ। ୨ ଶହ ପୋଲିସ ଅଫିସର ଙ୍କ ନଜରରେ ରହିବ ପୁରା ସହର । ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଗୁଡିକୁ ହାଇ ଆଲର୍ଟ ଘୋଷଣା କରାଯିବା ନେଇ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।