ଆସନ୍ତାକାଲି ଅର୍ଥାତ ଜୁଲାଇ ୨୦ରେ ମୌସୁମୀ ଅଧିବେଶନ ଆରମ୍ଭ ହେବ । ୨୩ ଦିନିଆ ମୌସୁମୀ ଅଧିବେଶନରେ ୧୭ଟି ବୈଠକ ବସିବ । ଆସନ୍ତା କାଲି ଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ଯାଏ ଏହି ଅଧିବେଶନ ଜାରି ରହିବ । ଏହି ଅଧିବେଶନ କାଳରେ ସିନେମାଟୋଗ୍ରାଫ୍ ସଂଶୋଧନ ବିଲ୍, ଜୈ÷ବ ବିବିଧତା ସଂଶୋଧନ ବିଲ୍, ବ୍ୟକ୍ତିଗତ ଡିଜିଟାଲ ତଥ୍ୟ ସୁରକ୍ଷା ବିଲ୍, ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ୍, ଜାତୀୟ ତଦନ୍ତ କମିଶନ ବିଲ୍ ଏବଂ ବହୁମୁଖୀ-ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍ ୨୦୨୨ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯିବ । ଏହା ସହ ପୁରୁଣା ସଂସଦରୁ ଅଧିବେଶନ ଆରମ୍ଭ ହୋଇ ନୁଆ ସଂସଦ ଭବନରେ ସରିବ । ମୌସୁମୀ ଅଧିବେଶନ ଅବ୍ୟବହିତ ପୂର୍ବରୁ ସରକାର ଆଜି ଅପରାହ୍ନରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପନ୍ନ କରିବା ଉଦେ୍ଦଶ୍ୟରେ ଏହି ବୈଠକ ଡକାଯାଇଛି । ଆଜି ମଧ୍ୟ ଲୋକସଭାର କାର୍ଯ୍ୟକ୍ରମ ଉପଦେଷ୍ଟା କମିଟିର ଏକ ବୈଠକ ବସିବ ।
ସୂଚନା ଅନୁସାରେ, ତେବେ ଆଗାମୀ ନିର୍ବାଚନ ପାଇଁ ଶାସକ ଏନ୍ଡିଏ ଗୋଷ୍ଠି ଓ ବିରୋଧୀ ଗୋଷ୍ଠି ମଧ୍ୟରେ ଟଣାଓଟରା, ବୟାନବାଜି ତେଜିଥିବା ବେଳେ ଗତକାଲି ବିଜେଡି ସର୍ବଦଳୀୟ ବୈଠକ ମଧ୍ୟ ଡକଇଥିଲେ ।