ଅଗ୍ରଣୀ ସାମାଜିକ ସଂଗଠନ ମହାବୀର ସେନା ପକ୍ଷରୁ ଇଶାଣୀ ବ୍ରହ୍ମପୁର ସ୍ଥିତ ଆଶ୍ରା ଜରାନିବାସ ର ଅନ୍ତେବାସୀମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ତପନ ସ୍ୱାଇଁ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା ଓ ସେନାର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହାୟତା କରିଥିଲେ । ଅନ୍ୟୁନ 30 ଜଣ ଅନ୍ତେବାସୀ ତଥା କର୍ମଚାରୀଙ୍କୁ ଏହା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେନାର ସଦସ୍ୟ ଦିଲୀପ ମହାନ୍ତି,ତୁଷାର ବେହୁରା,ଚନ୍ଦନ ସେନାପତି,କ୍ଷୀରୋଦ ମହାପାତ୍ର,ମନୋଜ କୁମାର ଦାସ,ଫଗୁ ସାମଲ, ସନ୍ଧ୍ୟାରାଣୀ ପଣ୍ଡା, ଆଲୋକ ମହାପାତ୍ର,ବିଜୟ ମହାପାତ୍ର,ତପନ ନାୟକ,ବ୍ରହ୍ମାନନ୍ଦ ରାଉତରାୟ, ରାମ ପ୍ରେମାପ୍ରକାଶ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ଅଞ୍ଚଳର ବୁଦ୍ଧିଜୀଵୀ,ଅଞ୍ଚଳବାସୀ ଓ ଅନ୍ତେବାସୀ ମହାବୀର ସେନାର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।ଆଗାମୀ ଦିନରେ ସାତଟି ପଞ୍ଚାୟତରେ ଆହୁରିଅନେକ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମହାବୀର ସେନାର ପ୍ରତିଷ୍ଠାତା କିରଣ ଚନ୍ଦ୍ର ସାହୁ ପ୍ରକାଶ କରିଥିଲେ ।