<h3>କାକଟପୁର,୨୪/୦୪/୨୪: ପୂର୍ବ ଉପକୂଳରେ ପ୍ରାଚୀ ନଦୀ ତଟରେ ପୂଜା ପାଇ ଆସୁଛନ୍ତି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା | ପ୍ରତ୍ୟେକ ବର୍ଷ ଚୈତ୍ର ମାସ ପ୍ରଥମ ମଙ୍ଗଳ ବାରରୁ ମା'ଙ୍କ ଏହି ଉତ୍ସବ ଆରମ୍ଭ ହୁଏ, ଆଉ ଯେବେ ପାଞ୍ଚ ପାଳି ମଙ୍ଗଳବାର ହୁଏ ସେହିଦିନ ଝାମୁଯାତ୍ରା ସହିତ ମାଙ୍କ ଉତ୍ସବର ଉଦଯାପନୀ ହୁଏ | ମା'ଙ୍କ ଏହି ପୁରା ମାସ ତମାମ ମେଳାକୁ ଚଇତି ମେଳା ମଧ୍ୟ କୁହାଯାଏ | କେବଳ ପୁରୀ ଜିଲ୍ଲା ନୁହେଁ, ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଚୈତ୍ର ମାସରେ ଧାଇଁ ଆସନ୍ତି ମାଙ୍କୁ ଦର୍ଶନ କରି ତାଙ୍କ ଆଶିଷ ଭିକ୍ଷା କରିବାକୁ |</h3> <h3>ସକାଳୁ ଦ୍ୱାର ଫିଟା ହୋଇ ମା'ଙ୍କ ମଙ୍ଗଳ ଆରତୀ, ସ୍ନାନ, ମାର୍ଜନା, ଦ୍ୱାରପାଳ ପୂଜା, ସୂର୍ୟ୍ୟପୂଜା, ତାପରେ ନୈବେଦ୍ୟ ଅର୍ପଣ ହୁଏ | ନାଲି ଶାଢ଼ୀ, ଶଙ୍ଖା ଓ ମନ୍ଦାର ମାଳା ଧାରଣ କରି ସ୍ୱତନ୍ତ୍ର ଭାବେ ସୁନା ଆଭୂଷଣରେ ରାଜରାଜେଶ୍ୱରୀ ବେଶରେ ମା ଦର୍ଶନ ଦେଉଛନ୍ତି ଅଗଣିତ ଭକ୍ତ ମାନଙ୍କୁ| ମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା କରାଯିବା ସହ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଛି | ମାଙ୍କ ଆଜ୍ଞାମାଳ ପାଇବା ପରେ ପ୍ରାଚୀ ନଦୀରୁ ଜଳ ଆଣି ମାଙ୍କ ନିକଟକୁ ଯାଆନ୍ତ | ମାଙ୍କ ସିନ୍ଦୁର ମୁଣ୍ଡରେ ଲାଗିବା ପରେ ପାଟୁଆ ମାନେ ଜଣକପରେ ଜଣେ ଝାମୁ ନିଆଁରେ ଚାଲନ୍ତି | ଏହି ଦୃଶ୍ୟ ଦେଖିବା ପାଇଁ ଭକ୍ତ ମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା | ତେବେ ମା’ ମଙ୍ଗଳାଙ୍କ ଏହି ଝାମୁଯାତ୍ରା ପାଇଁ ମଙ୍ଗଳାଙ୍କ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କୁ ନେଇ ଭକ୍ତିମୟ ପରିବେଶ ସୃଷ୍ଟି ହେଇଛି ।</h3>