ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ । ଦିଲ୍ଲୀରେ ୮୩ ବର୍ଷ ବୟସରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଛି । ଦିଲ୍ଲୀ ଏମସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଦେବେନ୍ଦ୍ର ପ୍ରଧାନ । ଦେବେନ୍ଦ୍ର ପ୍ରଧାନ ଦୁଇ ଥରର ସାଂସଦ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ । ଦିଲ୍ଲୀସ୍ଥିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି । ସକାଳ ୧୦ଟା ୩୦ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ଖବର ଆସିଛି । ୮୩ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ଦେବେନ୍ଦ୍ର ପ୍ରଧାନଙ୍କ ଦେହାନ୍ତ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । କାରଣ ସେ ରାଜନେତା ସହ ଜଣେ ଡାକ୍ତର ମଧ୍ୟ ଥିଲେ । ୧୯୪୧ ମସିହା ଜୁଲାଇ ୧୬ ତାରିଖରେ ତାଙ୍କର ଜନ୍ମ ହୋଇଥିଲା । କଣିହାଁ ଓ ତାଳଚେରରୁ ପ୍ରାଥମିକ ଓ ହାଇସ୍କୁଲ ଶିକ୍ଷା କରିବା ପରେ ଅନୁଗୋଳ କଲେଜରୁ ହାସଲ କରିଥିଲେ ଉଚ୍ଚଶିକ୍ଷା । ୧୯୬୬ରେ କଟକ SCB ମେଡିକାଲ କଲେଜରୁ MBBS ଡିଗ୍ରୀ ହାସଲ କରିଥିଲେ ଦେବେନ୍ଦ୍ର ପ୍ରଧାନ । ତା’ପରେ ତାଳଚେର ଡେରାରେ ମେଡିକାଲ ଅଫିସର ଭାବେ ଆରମ୍ଭ କରିଥିଲେ ଚାକିରି ଜୀବନ । ୧୯୯୮ ଓ ୧୯୯୯ରେ ଦେବଗଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଦ୍ବିତୀୟ ଥର ସାଂସଦ ଥିବା ସମୟରେ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିଲେ । ସେ ସଡ଼କ ପରିବହନ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ। ଓଡ଼ିଶା ବିଜେପିର ପ୍ରମୁଖ ଚେହେରା ଥିଲେ । ସେ ୧୯୮୮ରୁ ୧୯୯୦, ୧୯୯୦ରୁ ୧୯୯୩ ଓ ୧୯୯୫ରୁ ୧୯୯୭ ରାଜ୍ୟ ବିଜେପିର ସଭାପତି ଥିଲେ । ଏହାସହ ୨୦୦୧ରୁ ୨୦୦୨ ମଧ୍ୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ବରେ ମଧ୍ୟ ରହିଥିଲେ । ଜୁଲାଇ ୧୬ ୧୯୪୧ରେ ଅନୁଗୁଳ ନାଲମ ଠାରେ ଜନ୍ମ ଗ୍ରହଣ କରିଥିଲେ ଦେବେନ୍ଦ୍ର । ଦେବେନ୍ଦ୍ର ପ୍ରଧାନ ପୂର୍ବରୁ ବାଜପେୟୀଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବେ ନିଜର କାର୍ଯ୍ୟ ତୁଲାଇଥିଲେ । କେବଳ ସେତିକି ନୁହେଁ ରାଜ୍ୟ ସଭାପତି ଭାବେ ମଧ୍ୟ ୩ ଥର ନିଜର କାର୍ଯ୍ୟ ତୁଲାଇଥିଲେ ଡେବେନ୍ଦ୍ର ପ୍ରଧାନ। ଦେବେନ୍ଦ୍ର ପ୍ରଧାନ ୨ଥର ଦେବଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । କେବଳ ଏତିକି ନୁହେଁ ପୂର୍ବରୁ ସେ ଦଳରେ ଅନେକ ପଦପଦବୀରେ ରହିଥିଲେ । ଦଳରେ ତାଙ୍କର ଅନେକ ଗୁରୁତ୍ୱ ରହିଥିଲା ।